ଉତ୍ତର ଭୁବନେଶ୍ୱର ମହୋତ୍ସବ : ନିଲାମ ହେଲା ୧ କୁଇଣ୍ଟାଲ୍‌ ଲଡ଼ୁ

ଭୁବନେଶ୍ବର : ଚନ୍ଦ୍ରଶେଖରପୁର ଆରଟିଓ ପ୍ରଶିକ୍ଷଣ ପଡ଼ିଆରେ ଅଷ୍ଟମ ବର୍ଷରେ ପଦାର୍ପଣ କରିଥିବା ଭସାଣି ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ୧୫ରୁ ଅଧିକ ମେଢ଼ ସାମିଲ୍ ହୋଇଥିଲେ। ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। କମିଟି ପକ୍ଷରୁ ମଧୁ ମାଧବ ଜେନା ଓ କିଶୋର ଜେନା ସଭାକାର୍ଯ୍ୟର ନେତୃତ୍ବ ନେଇଥିବା ବେଳେ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପାରିଚାଳନା କରିଥିଲେ। ପୂଜା କମିଟିର ମୁରବି ଓ ସଭ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। କଳିଙ୍ଗ ସାମ୍ବାଦିକ ସଂଘର ସଭ୍ୟମାନଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଗାଡ଼କଣ ପୂଜା କମିଟି ପକ୍ଷରୁ ୧ କୁଇଣ୍ଟାଲ୍‌ର ଏକ ଲଡ଼ୁ ତିଆରି କରାଯାଇ ନିଲାମ କରାଯାଇଥିଲା। ରଘୁନାଥପୁର ଓ ଡମଣା ଉଭୟ ଦିଗର ରାସ୍ତାକୁ ଟ୍ରାଫିକ୍ ପୁଲିସ୍ ବିଭିନ୍ନ ସ୍ଥାନରେ ସିଲ୍ କରିଥିବା ବେଳେ ସ୍ବତନ୍ତ୍ର ଭସାଣ ଉତ୍ସବ ପାଇଁ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ନିକଟରେ ଡିଭାଇଡରକୁ ଭଙ୍ଗା ଯାଇଥିଲା। ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରାଯାଇ ଭାରୀ ଓ ବୋଝେଇ ଯାନ ଗୁଡ଼ିକୁ ନନ୍ଦନକାନନ ରାସ୍ତାକୁ ପ୍ରବେଶ କରାଯାଇ ନଥିଲା। ପଟିଆରୁ ଓମଫେଡ଼୍ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବସି ଦର୍ଶକମାନେ ରୋଷଣି ଦେଖିଥିଲେ। ଶେଷରେ ମେଢ଼ ବିସର୍ଜନ ପାଇଁ ରଘୁନାଥପୁର ବ୍ରିଜ୍ ଓ କୁଆଖାଇ ବ୍ରିଜ୍ ଦିଗକୁ ଯାଇଥିଲେ।

ସମ୍ବନ୍ଧିତ ଖବର