ଚୋରକୁ ‌ମାଡ଼ି ବସିଲେ ମହିଳା କଣ୍ଡକ୍ଟର୍

ଚନ୍ଦ୍ରଶେଖରପୁର : ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଗାଡ଼ିରୁ ଟାଙ୍କି ଚୋରିକରି ଖସି ପଳାଉଥିବା ଜଣେ ଚୋରକୁ ସାହସିକତାର ସହିତ କାବୁ କରି ପୁଲିସ ଜିମା ଦେଇଛନ୍ତି ସିଟି ବସ୍‌ର ମହିଳା କଣ୍ଡକ୍ଟର୍ ସବିତା ପ୍ରଧାନ। ଆଜି ମଧ୍ୟାହ୍ନରେ କଳିଙ୍ଗ ହସ୍ପିଟାଲ୍ ଛକରେ ଜଣେ ଉପଭୋକ୍ତାଙ୍କ ଘରେ ଗ୍ୟାସ୍ ଟାଙ୍କି ଦେଉଥିବା ବେଳେ ଜଣେ ଯୁବକ ଗ୍ୟାସ୍ ଟାଙ୍କି ବୋଝେଇ ଗାଡ଼ିରୁ ଏକ ଟାଙ୍କି ମୁଣ୍ଡାଇ ପଳାଉଥିଲା। ଘଟଣାସ୍ଥଳରେ ଆଖପାଖ ଲୋକମାନେ ଚୋରଟିକୁ ଧର ଧର ବୋଲି ଚିତ୍କାର କରୁଥିଲେ ମଧ୍ୟ କେହି ଧରୁ ନଥିଲେ। ଚୋରଟି ସେଠାରୁ ଖସିପଳାଉଥିବା ବେଳେ ସବିତା ଚଳନ୍ତା ବସ୍୍‌ରୁ ଓହ୍ଲାଇ ଚୋର ଜଣଙ୍କୁ ଧକ୍କାମାରି କାବୁ କରି ନେଇଥିଲେ। ପରେ ତାକୁ ନିକଟରେ ଥିବା ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର