ନିର୍ବନ୍ଧର ତିନିଦିନ ପୂର୍ବରୁ ଯୁବତୀ ଫେରାର

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ବାଳକାଟିଫାଣ୍ଡି ଅଞ୍ଚଳରୁ ଜଣେ ଯୁବତୀ ପ୍ରେମିକ ସହିତ ଫେରାର ହୋଇଯାଇଛି। ଏହି ପ୍ରେମୀଯୁଗଳ ଏଠାରେ ଥିବା କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରିବାର ଲୋକଙ୍କ କହିବାନୁଯାୟୀ ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବାବେଳେ ଆଜି ମା’ଦୁଲ୍ଲା ଦେବୀ ମନ୍ଦିରରେ ତାଙ୍କର ନିର୍ବନ୍ଧ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ତା’ ପୂର୍ବରୁ ଯୁବତୀ ଜଣକ ପ୍ରେମିକ ସହିତ ଫେରାର ହୋଇଯାଇଛି। ଗତ ୧୯ ତାରିଖରେ କଲେଜକୁ ଆସି ସେଠାରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି। ଏ ନେଇ ଛାତ୍ରୀଙ୍କ ବାପା ବାଳକାଟି ଫାଣ୍ଡିରେ ଅପହରଣ କରି ଅଭିଯୋଗ କରିଛନ୍ତି। ହେଲେ ଇତିମଧ୍ୟରେ ତିନିଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିନି। ଯୁବକଙ୍କ ଘର ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଙ୍କ ଘର ସ୍ଥାନୀୟ ଗ୍ରାମରେ। ପ୍ରେମୀଯୁଗଳ ଫେରାର ହେବା କ୍ଷେତ୍ରରେ କଲେଜର ନିର୍ଦ୍ଦିଷ୍ଟ ପୁରାତନ ଛାତ୍ରଙ୍କ ସମେତ ସହପାଠୀ ଏବଂ ସ୍ଥାନୀୟ ଜଣେ ଜନପ୍ରତିନିଧିଙ୍କ ହାତ ଥିବା ନେଇ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର