ଭୁବନେଶ୍ୱର: ଚଳିତ ମାସରେ ଟ୍ରାଫିକ ପୁଲିସ ପକ୍ଷରୁ ଚେକିଂ ବେଳେ ୩ଟି ସ୍ଥାନରେ ୩ ଜଣ ଯୁବତୀ ନିୟମ ଉଲ୍ଲଂଘନ କରିଥିଲେ। ଏପିରିକି ଟ୍ରାଫିକ୍ ପୁଲିସକୁ ସେମାନେ ଗାଳିଗୁଲଜ କରିବା ସହିତ ମାଡ଼ ମାରିବାକୁ ମଧ୍ୟ ପଛାଇନଥିଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ଯୁବତୀମାନଙ୍କୁ ଗିରଫ କରିବାକୁ ସାହସ ଜୁଟାଇ ପାରି ନ ଥିଲା। ଏଭଳି ପରିସ୍ଥିତିରେ ଏବେ କମିସନରେଟ ପୁଲିସ ପକ୍ଷରୁ ଚେକିଂ ବେଳେ ମହିଳା କନଷ୍ଟେବଲ ନିୟୋଜନ କରିବାକୁ ଯୋଜନା ହୋଇଛି। ଏଥିପାଇଁ ଆଉ ୨୫ଜଣ ମହିଳା ଟ୍ରାଫିକ୍ ପୁଲିସ କନଷ୍ଟେବଲ ଟ୍ରାଫିକ ପୁଲିସରେ ନିଯୁକ୍ତି ପାଇବେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ରାଜଧାନୀରେ ଯେତେ ପରିମାଣର ମୋପେଡ୍ ଓ କାର୍ ଚାଲୁଛି, ତାର ୧୦ ପ୍ରତିଶତ ଯୁବତୀ ଓ ମହିଳାମାନେ ଚଳାଉଛନ୍ତି। ସେମାନଙ୍କୁ ଟ୍ରାଫିକ୍ ପୁଲିସ ଯାଞ୍ଚ ପାଇଁ ଅଟକାଇଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଚଳିତ ମାସରେ ଟ୍ରାଫିକ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯିବା ବେଳେ ଧରାପଡ଼ୁଥିବା ଯୁବତୀ ଓ ମହିଳାମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଭଳି କାଣ୍ଡ ବାରମ୍ବାର ଘଟୁଥିଲେ ମଧ୍ୟ ପୁଲିସ ଚୁପ୍ ରହୁଛି। ପୁଲିସ କିନ୍ତୁ ଏପରିିସ୍ଥଳେ ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି। ଏଭଳି ପାତରଅନ୍ତରକୁ ନେଇ କମିସନରେଟ୍ ପୁଲିସ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେଉଛି। ତେଣୁ ଟ୍ରାଫିକ୍ ପୁଲିସ ପକ୍ଷରୁ ଏଣିକି ଯାଞ୍ଚ ବେଳେ ମହିଳା କନଷ୍ଟେବଲ୍ଙ୍କୁ ନିଯୁକ୍ତି ଦେବାକୁ ଯୋଜନା ହୋଇଛି ବୋଲି ଉକ୍ତ ବରିଷ୍ଠ ଅଧିକାରୀଜଣଙ୍କ କହିଛନ୍ତି।
ଚେକିଂ ବେଳେ ରହିବେ ମହିଳା ଟ୍ରାଫିକ୍
ଟ୍ରାଫିକ୍ରେ ଯୋଗ ଦେବେ ଆଉ ୨୫ ମହିଳା କନଷ୍ଟେବଲ୍
/sambad/media/post_attachments/wp-content/uploads/2018/08/Traffic-Checking-in-BBSR-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)