କ୍ୟାପିଟାଲ ହସ୍ପିଟାଲରେ ଲକ୍ଷ୍ୟ ଟିମ୍

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆଜି ଦୁଇ ଜଣିଆ ଲକ୍ଷ୍ୟ ପହଟିମ୍ ସ୍ତ୍ରୀ ଓ ପ୍ରସୂତି ବିଭାଗର ଚିକିତ୍ସା ସେବା ଅନୁଧ୍ୟାନ କରିଛନ୍ତି। ଆସାମ ଓ ରାଜସ୍ଥାନରୁ ଦୁଇଜଣ କେନ୍ଦ୍ର ସରକାରଙ୍କ ଅଧିକାରୀ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲେବର ରୁମ୍, ଓଟି, ୱାର୍ଡ ଆଦି ପରିଦର୍ଶନ କରିଛନ୍ତି। ଆସନ୍ତାକାଲି ମଧ୍ୟ ଏହି ମାନ ନିର୍ଧାରଣ ପ୍ରକ୍ରିୟା ଜାରି ରହିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ୩ ବର୍ଷରେ ଲକ୍ଷ୍ୟ ଟିମ୍‌ ଦେଶର ବିଭିନ୍ନ ପ୍ରମୁଖ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ପରିଦର୍ଶନରେ ଆସି ବିଭାଗର ମାନ ନିର୍ଧାରଣ କରିଥାନ୍ତି। କ୍ୟାପିଟାଲ ହସ୍ପିଟାଲ ଗତଥର ଉନ୍ନତ ବର୍ଗରେ ରହିଥିଲା। ଏଥର ମଧ୍ୟ ସମାନ ବର୍ଗ କିମ୍ବା ତା’ ଠାରୁ ଅଧିକ ଉନ୍ନତମାନ ନିର୍ଧାରଣ ହେବ ବୋଲି ହସ୍ପିଟାଲ କର୍ତୃପକ୍ଷ ଆଶାବାଦୀ ରହିଛନ୍ତି।

ସମ୍ବନ୍ଧିତ ଖବର