ଭୁବନେଶ୍ବର: ଯାଆଁଳାରେ ଥିବା ଲକ୍ଷ୍ୟ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରକୁ ସିଲ୍ କଲା ଇନଫୋ ଭ୍ୟାଲି ପୁଲିସ। ନିଶା ନିବାରଣ କେନ୍ଦ୍ରରେ ମାଡ଼ ମରାଯାଉଥିବା ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଯାଆଁଳାରେ ଥିବା ଲକ୍ଷ୍ୟ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରକୁ ସିଲ୍ କରିଛି ଇନଫୋ ଭ୍ୟାଲି ପୁଲିସ। ସେପଟେ ମାଡ଼ ମାରିଥିବା ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ଏହା ସହିତ ଥାନାରେ ଅଟକ ଥବା ଦୁଇ ଜଣଙ୍କୁ ସବୁଦିନ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।
ନିଶା ଛଡ଼ାଇବାକୁ ଏହି ନିଶା ନିବାରଣ କେନ୍ଦ୍ରକୁ ବିଭିନ୍ନ ସ୍ଥାନରୁ ଆସନ୍ତି ଲୋକେ। ଏଠାରେ ନିଶାଗ୍ରସ୍ତ ଥିବା ଲୋକଙ୍କର ସମସ୍ତ ପ୍ରକାର ଯତ୍ନ ନେବା ସହିତ ସେମାନେ କିଭଳି ନିଶାରୁ ବର୍ତ୍ତିବେ ସେନେଇ ସମସ୍ତ ପଦକ୍ଷେପ ନିଆଯାଇଥାଏ। ହେଲେ ନିଶା ନିବାରଣ କେନ୍ଦ୍ରରେ ମାଡ ମରାଯାଉଥିବାର ଚିତ୍ର ଭାଇରାଲ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/infovallyps.jpg)