ଲାଲା ଭାଇଙ୍କ ଚକ୍‌ଲେଟ୍‌ ସାଣ୍ଡ୍‌ଓ୍ଵିଚ୍‌

ସନ୍ଧ୍ୟାବେଳିଆ ଜଳଖିଆରେ ସାଣ୍ଡ୍‌ଓ୍ଵିଚ୍‌ର ଏବେ ଭାରି ଆଦର। ଆପଣ ପନିର, ଛତୁ, ଚିଜ୍‌, ମାୟୋନିଜ୍‌, ମକା, ବଟର୍‌ ସାଣ୍ଡ୍‌ଓ୍ଵିଚ୍‌ ଖାଇଥିବେ। କିନ୍ତୁ ସହିଦନଗର ଦୁର୍ଗାମଣ୍ଡପସ୍ଥିତ ଲାଲା ଭାଇଙ୍କ ଚକ୍‌ଲେଟ୍‌ ସାଣ୍ଡ୍‌ଓ୍ଵିଚ୍‌ର ଆଦର ଟିକେ ନିଆରା। ଛୋଟପିଲା ଓ ଝିଅଙ୍କୁ ଦୃଷ୍ଟିରେ ରଖି ସେ ଏହି ନିଆରା ଚକ୍‌ଲେଟ୍‌ ସାଣ୍ଡ୍‌ଓ୍ଵିଚ୍‌ ପ୍ରସ୍ତୁତ କରିଛନ୍ତି। ଦୁଇ ଖଣ୍ଡ ବ୍ରାଉନ୍‌ ବ୍ରେଡ଼୍‍ରେ ଚକ୍‌ଲେଟ୍‌ ସିରପ୍‌, ପନିର ଚିଜ୍‌, ଅମୁଲ୍‌ ବଟର ଲେପ ସହ ସେଥିରେ କାକୁଡ଼ି, ଗାଜର ଓ ବନ୍ଧା କୋବି ଦେଇ ଗ୍ୟାସ୍‌ ଟେଷ୍ଟରରେ ସେକିବାକୁ ନେବା ବେଳେ ହିଁ ପାଟିରେ ପାଣି ଆସିଯାଏ। ସବୁଠୁ ବଡ଼ କଥା ହେଉଛି ୧ ମିନିଟ୍‌ରେ ସେ ଚଟାପଟ୍‌ ପ୍ରସ୍ତୁତ କରି ଦିଅନ୍ତି ଏହି ସାଣ୍ଡ୍‌ଓ୍ଵିଚ୍‌। ଏହା ସହ ଚକୋଲେଟ୍‌ ସିରପ୍‌ , ଚିଜ୍‌, ପୋଦିନା, ନଡ଼ିଆ ଓ ଟୋମାଟୋ ଚଟଣୀ ଦେଇ ପ୍ଲେଟ୍‌ରେ ପରସିବା ବେଳେ ଦେଖୁଦେଖୁ ଖାଇବାକୁ ମନ ବଳୁଥାଏ। ଦିନ ୩ଟାରୁସେ ନିଜର ପସରା ଖୋଲୁଥିବା ବେଳେ ଏହି ଚକ୍‌ଲେଟ୍‌ ସାଣ୍ଡ୍‌ଓ୍ଵିଚ୍‌ର ଦର ରହିଛି ୪୦ଟଙ୍କା। ଲୋକଙ୍କ ଆଗ୍ରହ ଓ ଲାଲା ଭାଇଙ୍କ ମଜାଳିଆ କଥା ସହ ଚକ୍‌ଲେଟ୍‌ ସାଣ୍ଡ୍‌ଓ୍ଵିଚ୍‌ର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ।

ସମ୍ବନ୍ଧିତ ଖବର