ରାଞ୍ଚି: ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଜେଲ୍ଦଣ୍ଡ ଭୋଗୁଥିବା ଲାଲୁ ରାଞ୍ଚିରୁ ଫୋନ୍ କଲ୍ କରି ଏନ୍ଡିଏ ବିଧାୟକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସୁଶୀଲ ମୋଦୀ କହିଛନ୍ତି। ମୋଦୀ ଆଜି ସକାଳେ ଏକ ଟ୍ବିଟ୍ କରି କହିଛନ୍ତି, ଲାଲୁ ଏନ୍ଡିଏ ବିଧାୟକମାନଙ୍କୁ ଏକ ଫୋନ୍ ନମ୍ବରରୁ କଲ୍ କରୁଛନ୍ତି ଏବଂ ସେମାନଙ୍କୁ ମନ୍ତ୍ରୀ ପଦର ପ୍ରତିଶ୍ରୁତି ଦେଇ ଲୋଭ ଦେଖାଉଛନ୍ତି। ସୁଶୀଲ ମୋଦୀ ଉକ୍ତ ନମ୍ବରକୁ ଫୋନ୍ କରିଥିବା ବେଳେ ଲାଲୁ ସିଧାସଳଖ ଫୋନ୍ ଉଠାଇଥିଲେ ବୋଲି କହିଛନ୍ତି। ସେ ଟ୍ବିଟ୍ କରି ଏକ ଫୋନ୍ ନମ୍ବର ମଧ୍ୟ ଦେଇଛନ୍ତି।ଏହି ନମ୍ବର୍ଟି ଲାଲୁଙ୍କ ବ୍ୟକ୍ତିଗତ ସହାୟକ ଇରଫାନ୍ ଅନ୍ସାରିଙ୍କର। ତେବେ ସୁଶୀଲଙ୍କର ଟ୍ବିଟ୍ ପରେ ଉକ୍ତ ନମ୍ବରକୁ ଫୋନ୍ କରିବାକୁ ଚେଷ୍ଟା କରିବା ସମୟରେ ନମ୍ବର୍ଟି ସୁଇଚ୍ ଅଫ୍ ଆସିଥିଲା। ଇରଫାନ୍ଙ୍କୁ ଲାଲୁ ରହୁଥିବା ରିମ୍ସ (ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍)ହସ୍ପିଟାଲ୍ରେ ରହିବା ଏବଂ ଯିବା ଆସିବା କରିବାର ଅନୁମତି ଅଛି। ତେବେ ସୁଶୀଲ ମୋଦୀଙ୍କର ଏହି ଟ୍ବିଟ୍ ପରେ ବିଜେପିର ଝାଡ଼ଖଣ୍ଡ ଅଧ୍ୟକ୍ଷ ଦୀପକ ପ୍ରକାଶ ଏକ ଟ୍ବିଟ୍ କରି କହିଛନ୍ତି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କାହିଁକି ଉକ୍ତ ମାମଲାରେ ତାଙ୍କ ଆଖି ବନ୍ଦ ରଖିଛନ୍ତି।
ଏନ୍ଡିଏ ବିଧାୟକଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି ଲାଲୁ: ସୁଶୀଲ ମୋଦୀ
/sambad/media/post_attachments/wp-content/uploads/2020/11/fgdhhdghghgh216547984dghdghg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)