ଚନ୍ଦ୍ରଶେଖରପୁର : ଦୁଇଜଣ ବିଲଡ୍ରଙ୍କ ଠାରୁ ୨ କୋଟି ଟଙ୍କା ଅଗ୍ରୀମ ନେଇ ଫେରାର ହୋଇଯାଇଥିବା ଜଣେ ଜମି ମାଲିକକୁ ସୋମବାର ରାତିରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି ଥାନାରେ ଅଟକ ରଖିଛି। ଅଭିଯୁକ୍ତ ଜଣକ ଡମଣା ଅଞ୍ଚଳର ବୋଲି ପୁଲିସ କହିଛି। କିଛି ଦିନ ପୂର୍ବେ ପୁଲିସ ତାଙ୍କ ଘର ନିକଟରେ ପଚରା ଉଚରା କରୁଥିବା ବେଳେ ସେ ପୁଲିସକୁ ମାଡ଼ ମାରି ଫେରାର ହୋଇଯାଇଥିଲା ଆଜି ତାକୁ କାଳାରାହାଙ୍ଗ ଛକରୁ କାବୁ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ ଦୁଇଜଣ ବିଲଡ୍ରଙ୍କ ଠାରୁ ୨ କୋଟି ଆଣି ଅଭିଯୁକ୍ତ ଜମି ହସ୍ତାନ୍ତର କରୁନଥିଲା। ଏନେଇ ବିଲଡ୍ରମାନେ ଥାନାରେ ଅଭିଯୋଗ କରିଥିଲେ।
୨ କୋଟି ଠକେଇ, ଜମି ମାଲିକ ଗିରଫ
/sambad/media/post_attachments/wp-content/uploads/2022/02/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)