ଜୟପୁର: ରାଜସ୍ଥାନରେ ପାଇପ୍ଲାଇନ୍ ବିଛାଇବା ନିମନ୍ତେ ଗାତ ଖୋଳାଯାଉଥିଲା। ସେହି କାର୍ଯ୍ୟରେ ଶ୍ରମିକମାନେ ନିୟୋଜିତ ଥିବାବେଳେ ମାଟି ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ମଧ୍ୟ ମାଟିତଳେ ୫ ଜଣ ଶ୍ରମିକ ଫସି ରହିଥିବା ଜଣାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ଭରତପୁର ଠାରେ ଏହି ଅଘଟଣ ଘଟିଛି। ଜାଙ୍ଗି କା ନାଗଲା ଗାଁଠାରେ ଶ୍ରମିକମାନେ ପାଇପଲାଇନ୍ ବିଛାଇବା ନିମନ୍ତେ ୧୦ ଫୁଟ ଗଭୀର ଖାତ ଖୋଳୁଥିଲେ। ଏହି ସମୟରେ ହଠାତ୍ ମାଟି ଭୁଶୁଡ଼ି ଯାଇଥିଲା। ୧୧ଜଣ ଶ୍ରମିକ ମାଟିତଳେ ରହିଯାଇଥିଲେ। ମାଟି ଖୋଳା ମେସିନ ଦ୍ବାରା ୬ ଜଣଙ୍କୁ ବାହାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦବି ରହିଥିବା ଅନ୍ୟ ୫ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପାଇପ୍ଲାଇନ୍ ବିଛାଇବାବେଳେ ଭୂସ୍ଖଳନ
ରାଜସ୍ଥାନରେ ପାଇପ୍ଲାଇନ୍ ବିଛାଇବା ନିମନ୍ତେ ଗାତ ଖୋଳାଯାଉଥିଲା। ସେହି କାର୍ଯ୍ୟରେ ଶ୍ରମିକମାନେ ନିୟୋଜିତ ଥିବାବେଳେ ମାଟି ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ମଧ୍ୟ ମାଟିତଳେ ୫ ଜଣ ଶ୍ରମିକ ଫସି ରହିଥିବା ଜଣାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)