ଭୁବନେଶ୍ୱର : ଗତ ୩ବର୍ଷ ହେବ କ୍ୟାପିଟାଲ ହସ୍ପିଟାଲରେ ଲାପାରୋସ୍କୋପିକ୍‌ ମେସିନ୍‌ ବନ୍ଦ ପଡ଼ିଛି। ଏହାର ମରାମତି ଓ ଆବଶ୍ୟକ ଯନ୍ତ୍ରାଂଶ ମୂଲ୍ୟକୁ ଦୃଷ୍ଟିରେ ରଖି ଏକ ନୂତନ ଅତ୍ୟାଧୁନିକ ଲାପାରୋସ୍କୋପିକ୍‌ ମେସିନ୍‌ ଯୋଗାଇ ଦେବାକୁ ରାଜ୍ୟ ଔଷଧ ନିଗମକୁ ପ୍ରସ୍ତାବ ଦିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।

Advertisment

ବିଧାୟକ ପ୍ରିୟଦର୍ଶୀ ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ଲାପେରୋସ୍କାପିକ୍‌ ମେସିନ୍‌ ଓ ସଂକ୍ରମଣ ବିଭାଗର ପରିଷ୍କାର ପରିଚ୍ଛନ୍ନତା ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶ୍ରୀ ଜେନା କହିଛନ୍ତି ଯେ, ହସ୍ପିଟାଲର ସଂକ୍ରମଣ ଓ୍ଵାର୍ଡର ଚାରି ପାଖରେ ଅଳିଆ ଆବର୍ଜନା ମୁକ୍ତ ରହିଛି। ଶବ ବ୍ୟବଚ୍ଛେଦ ଗୃହ ଓ ସେସବୁ ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଯୁକ୍ତ େଓ୍ଵଷ୍ଟବିନ୍‌ ଲଗାଯାଇଛି। େଓ୍ଵଷ୍ଟ୍‍ବିନ୍‌ରେ ଜମା ହେଉଥିବା ଅବର୍ଜନାକୁ ପ୍ରତିଦିନ ବିଏମ୍‌ସି ଗାଡ଼ି ଦ୍ୱାରା ନିଷ୍କାସିତ କରାଯାଉଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।