ପୁରୁଣା ଭୁବନେଶ୍ୱର : ଏୟାରପୋର୍ଟ ଥାନା ଅଧୀନ କାଳୁନନ୍ଦ ନଗରରୁ ଲ୍ୟାପ୍ଟପ୍ ଚୋରି କରିବା ଓ କିଣିବା ଅଭିଯୋଗରେ ତିନି ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ବାଙ୍କି ଥାନା ଅଧିନ ସହଦପଡ଼ାର ଦେବ ଓରଫ ଦେବାଶିଷ ଗାନ୍ଥିଆ(୧୯), ସହିଦନଗର ଥାନା ଅଧୀନ ଭିଏସ୍ଏସ୍ ନଗର ତାରିଣୀ ବସ୍ତିର ଶଙ୍କର ନାୟକ(୨୦) ଓ ମଞ୍ଚେଶ୍ବର ଥାନା ଅଧିନ ରସୁଲଗଡ଼ ସାଇ ନଗରର ବାବୁ ଓରଫ ସଞ୍ଜୀବନ ନାୟକ(୩୧)।
ପୁଲିସ ସୂଚନା ଅନୁଯାୟୀ କାଳୁନ୍ଦନଗରରେ ରହୁଥିବା ସୁଶାନ୍ତ କୁମାର ଷ୍ଟ୍ରାଙ୍ଗୀଙ୍କ ଘର ହତାରେ ପଶି ଝରକା ଭାଙ୍ଗି ଶଙ୍କର ଓ ଦେବ ତିନୋଟି ଲ୍ୟାପଟପ୍ ଚୋରି କରିଥିଲେ। ସେମାନେ ବାବୁକୁ ଏହି ଚୋରି ସାମଗ୍ରୀ ବିକ୍ରି କରିଥିଲେ। ଏହି ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।