ଧଉଳି: ଧଉଳି ଥାନା ଅଧୀନ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଜଣେ ଦୁର୍ବୃତ୍ତ ଅଟୋ ଭିତରୁ ଏକ ଦାମୀ ଲାପଟପ୍ ଝାମ୍ପି ନେଇଛି। ଲୁଟର ଶିକାର ହୋଇଥିବା ଯୁବକ ହେଲେ ସୌରଭ ଦାଶ(୪୧)। ଚୋରି ଯାଇଥିବା ଲାପଟପ୍ର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ସୌରଭ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଦୁର୍ବୃତ୍ତ ପିଛା କରିଥିଲେ।
ହେଲେ ଲୁଟେରା ଶିଶୁପାଳଗଡ଼ ଆଡ଼କୁ ଫେରାର ହୋଇଯାଇଥିଲା। ପରେ ସୌରଭ ଏସଂପର୍କରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସି କ୍ୟାମେରା ଫୁଟେଜରେ ଲୁଟେରାକୁ ଚିହ୍ନଟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/14_06_2016-LOOT-1_6.jpg)