ଭୁବନେଶ୍ବରରୁ ପୁଣି ୪୫ କରୋନା ଆକ୍ରାନ୍ତ ଚିହ୍ନଟ; ସଂକ୍ରମିତ ସଂଖ୍ୟା ୬୦୦ ଟପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ଶୁକ୍ରବାର ରାଜଧାନୀରୁ ଏକାସାଙ୍ଗରେ ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ଟପି ଯାଇଛି।  ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ଏହି ସୂଚନା ଦେବା ପରେ ରାଜଧାନୀବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି।

ନୂଆ ୪୫ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ମୋଟ ୬୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୬ଟି କରୋନା ସକ୍ରିୟ ମାମଲା ରହିଛି। କରୋନାରେ ସଂକ୍ରମିତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୮ଜଣ ଆକ୍ରାନ୍ତ କରୋନା ଯୁଦ୍ଧରେ ବିଜୟୀ ହୋଇ ଘରକୁ ଫେରିଛନ୍ତି।

ଆଜି ଚିହ୍ନଟ ହୋଇଥିବା ୪୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ଟି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦ଟି ସ୍ଥାନୀୟ ମାମଲା ରହିଛି। ଏଥିସହିତ ଆଜି ୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବି ରିପୋର୍ଟ ପ୍ରକାଶ ପାଇଛି।

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୩୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଡୁମଡୁମା ହାଉସିଂ ବୋର୍ଡ କଲୋନିରୁ ଜଣେ ୩୫ବର୍ଷୀୟ ପୁରୁଷ, ରଘୁନାଥ ନଗର ଅଞ୍ଚଳରୁ ଜଣେ ୩ବର୍ଷର ଶିଶୁ ଓ ୧୩ବର୍ଷୀୟ ଜଣେ ମହିଳା ରହିଛନ୍ତି। ସାମନ୍ତରାପୁର କପିଳେଶ୍ୱର ଗେଟ ଅଞ୍ଚଳରୁ ଜଣେ ୬୧ବର୍ଷୀୟ ପୁରୁଷ, ଜୟଦେବ ବିହାର ଅଞ୍ଚଳରୁ ଜଣେ ୫୦ବର୍ଷୀୟ ମହିଳା, ବ।ରଙ୍ଗ ଗୌରୀଧାମ ଅଞ୍ଚଳରୁ ୪ଜଣ (୪୦ବର୍ଷୀୟ ଓ ୬୧ବର୍ଷ ପୁରୁଷ ଏବଂ ୩୨ବର୍ଷୀୟ ଓ ୫୭ବର୍ଷୀୟ ମହିଳା) କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି।

ସତ୍ୟବିହାର ଅଞ୍ଚଳରୁ ଜଣେ ୪୨ବର୍ଷର ପୁରୁଷ, ପାତ୍ରପଡ଼ା ଅଞ୍ଚଳରୁ ଜଣେ ୨୯ବର୍ଷର ମହିଳା ଓ ଜଣେ ୨୯ବର୍ଷର ପୁରୁଷ, ଘାଟିକିଆ କଳିଙ୍ଗ ବିହାର ଅଞ୍ଚଳରୁ ୪୧ବର୍ଷର ମହିଳା, ସହିଦ ନଗର ଅଞ୍ଚଳରୁ ଜଣେ ୨୯ବର୍ଷୀୟ ମହିଳା, ନୟାପଲ୍ଲୀ ନୂଆସାହି ଅଞ୍ଚଳରୁ ଜଣେ ୪୩ବର୍ଷର ପୁରୁଷ, ଗଙ୍ଗାନଗର ଗୋପବନ୍ଧୁ ଛକ ନିକଟରୁ ଜଣେ ୫୭ବର୍ଷର ମହିଳା, ସୁକ ବିହାର ଅଞ୍ଚଳରୁ ଜଣେ ୪୦ବର୍ଷର ମହିଳା, କେନ୍ଦ୍ର ସରକାରଙ୍କ ପରିଚାଳିତ  ହସ୍‌ପିଟାଲରୁ ୧୧ଜଣ କର୍ମଚାରୀ ( ୨୩, ୩୦,୨୩, ୨୯, ୨୪ବର୍ଷର ମହିଳା ଓ ୩୨,୩୫, ୨୪, ୪୪, ୨୫ ଓ ୨୯ବର୍ଷର ପୁରୁଷ), ଓଲଡ ଟାଉନ୍‌ ବିବେକାନନ୍ଦ ମାର୍ଗ ଅଞ୍ଚଳରୁ ୫୦ବର୍ଷୀୟ ପୁରୁଷ, ବରମୁଣ୍ଡା ରୁଚିକା ମାର୍କେଟ ଅଞ୍ଚଳ ରିଲାଏନ୍ସ ଫ୍ରେସ୍‌ ନିକଟରୁ ଜଣେ ୫୯ବର୍ଷର ପୁରୁଷ, କଳିଙ୍ଗ ନଗର ଅଞ୍ଚଳରୁ ଜଣେ ୫୯ବର୍ଷର ମହିଳା ଓ ୨୯ବର୍ଷର ଜଣେ ପୁରୁଷ ଏବଂ ପଳାଶପଲ୍ଲୀ ଅଞ୍ଚଳରୁ ଜଣେ ୬୨ବର୍ଷ ଓ ୨୯ବର୍ଷ ବୟସ୍କ ପୁରୁଷ ଓ ଜଣେ ୨୭ବର୍ଷୀୟ ମହିଳାଙ୍କ ରିପୋର୍ଟରେ କୋଭିଡ-୧୯ ପଜିଟିଭ୍‌ ଆସିଛି।

୧୦ଜଣ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ଗଡ଼ ବ୍ରିଟ କୋଲନିରୁ ଜଣେ ୪୫ବର୍ଷୀୟ ପୁରୁଷ, ପଟିଆ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରୁ ୭୧ବର୍ଷୀୟ ପୁରୁଷ, ଶୈଳଶ୍ରୀ ବିହାର ଅଞ୍ଚଳରୁ ୭୩ବର୍ଷର ମହିଳା, ସୁକ ବିହାର ଅଞ୍ଚଳରୁ ଜଣେ ୨୫ବର୍ଷ ଓ ୪୫ବର୍ଷ ବୟସ୍କ ପୁରୁଷ, ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ ୨୯ବର୍ଷୀୟ ଦାନ୍ତ ଡାକ୍ତର, ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳରୁ ୫୪ବର୍ଷର ଜଣେ ପୁରୁଷ, ବିଜେବି ନଗର ଅଞ୍ଚଳରୁ ଜଣେ ୨୭ବର୍ଷର ପୁରୁଷ, ପଳାଶୁଣି ଜିଜିପି କଲୋନିରୁ ୨୦ବର୍ଷୀୟ ମହିଳା, ଘାଟିକିଆ ଖଣ୍ଡଗିରି ଅଞ୍ଚଳରୁ ଜଣେ ୮୩ବର୍ଷର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର