ଭୁବନେଶ୍ୱର: ପ୍ରସିଦ୍ଧ ନାଟ୍ୟକାର, ନିର୍ଦେଶକ, ଅଭିନେତା, ସମ୍ଭକାର, ମଞ୍ଚକର୍ମୀ ତଥା ଚିତ୍ରଶିଳ୍ପୀ ଅସୀମ ବସୁଙ୍କ ସ୍ମୃତିରେ ଅସୀମ ବସୁ ଫାଉଣ୍ଡେସନ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ଭଞ୍ଜକଳା ମଣ୍ଡପରେ ତିନିଦିିନିଆ ଅସୀମ ଉତ୍ସବ ଆଜି ଶେଷ ହୋଇଛି। ଆଜିର ସନ୍ଧ୍ୟାରେ ଅସୀମ ବସୁଙ୍କ ରଚିତ ତଥା ଏକମାତ୍ର ଏକକ ଅଭିନୀତ ନାଟକ ‘ସେଇ ଲୋକଟି ମଞ୍ଚସ୍ଥ’ ହୋଇଥିଲା।
ଏଥିରେ ଏକକ ଭାବେ ଚୌଧୁରୀ ବିକାଶ ଦାସ ଅଭିନୟ କରିବା ସହ ନିର୍ଦେଶନା ମଧ୍ୟ ଦେଇଥିଲେ। ଆଜିର ଉତ୍ସବରେ ଅତିଥି ଭାବେ ସଙ୍ଗୀତ ନାଟକ ଏକାଡେମିର ପୂର୍ବତନ ସଚିବ ଧୀର ମଲ୍ଲିକ, ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସୌରଭ ଗୁପ୍ତା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ। ନାଟକ ପରିବେଷଣ ପୂର୍ବରୁ ‘ଅସୀମ ବସୁ ଏକ ଭିନ୍ନ ମଣିଷ’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉତ୍ସବ ପରିଚାଳକ ଦେବଦତ୍ତ ପତି, ଅସୀମ ବସୁ ଫାଉଣ୍ଡେସନ୍ ସମ୍ପାଦିକା ଭାସ୍ୱତୀ ବସୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଶେଷ ଦିନରେ ମଞ୍ଚସ୍ଥ ହେଲା ‘ସେଇ ଲୋକଟି’
ଅସୀମ ଉତ୍ସବ
/sambad/media/post_attachments/wp-content/uploads/2018/02/m22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)