ପୁରୁଣା ଭୁବନେଶ୍ବର: ହଜାର ହଜାର ଶିବଭକ୍ତ ଆଜି ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିବାବେଳେ କାଉଡ଼ିଆମାନେ ଜଳଲାଗି କରିଥିଲେ। ଆଜି ଏକାମ୍ର କ୍ଷେତ୍ରରେ ପ୍ରାୟ ସବୁ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ସକାଳେ କାଉଡ଼ିଆଙ୍କ ଧାଡ଼ି ଗଙ୍ଗାଯମୁନା ପର୍ଯ୍ୟନ୍ତ ଲମ୍ବି ଥିବା ବେଳେ ସାଧାରଣ ଭକ୍ତଙ୍କ ଧାଡ଼ି ଉତ୍ତର ଦ୍ବାର ପର୍ଯ୍ୟନ୍ତ ଲମ୍ବିଥିଲା। ଭିଡ଼ ଯୋଗୁ ଟ୍ରାଫିକ୍‌ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା।  ମନ୍ଦିର ନିକଟ ରାସ୍ତା ଗୁଡ଼ିକରେ ଏଣେ ତେଣେ ଅଟୋ ଯାତାୟାତ କରିବାରୁ ଏହା ଭିଡ଼କୁ ଦ୍ବିଗୁଣ କରିଥିଲା।

Advertisment

ରାସ୍ତା କଡ଼ରେ ଖାଦ୍ୟ ବଣ୍ଟନ ଓ ଅଟୋ ଭିଡ଼ ଯୋଗୁଁ ଲିଙ୍ଗରାଜ ମନ୍ଦିର ନିକଟ ରାସ୍ତାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଅପରାହ୍ନ ୪ଟା ପର୍ଯ୍ୟନ୍ତ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲିଙ୍ଗରାଜ ଥାନା ସୂଚନା ଅନୁଯାୟୀ ମନ୍ଦିରକୁ ୩ ହଜାର ୩୦୦ରୁ ଅଧିକ କାଉଡ଼ିଆ ଆସିଥିଲେ। ତେବେ ସାଧାରଣ ଭକ୍ତ ବହୁ ସଂଖ୍ୟାରେ ଆସି ପୂଜାର୍ଚ୍ଚନା କରିଥିଲେ। କାଉଡ଼ିଆଙ୍କ ଭିଡ଼ ଯୋଗୁ ବାଧ୍ୟ ହୋଇ ବିଭିନ୍ନ ମନ୍ଦିରରେ ପାଣି ଢାଳିଥିଲେ। ତେବେ ଏକାମ୍ର କ୍ଷେତ୍ରକୁ ୧୪ହଜାର ଭକ୍ତ ଆସିଥିଲେ ବୋଲି ଅନୁମାନ କରାଯାଇଛି।