ଭୁବନେଶ୍ବର: ଗୋରେ ରଙ୍ଗ୍ ପେ ନା ଇତ୍ନା ଗୁମାନ କର୍... , ଏ ମେରେ ବତନ୍ କେ ଲୋଗୋଁ..., ନା ଯା ମେରୋ ହମ୍ ଦମ୍... ଆଦି ଲତା ସଙ୍ଗୀତରେ ଝୁମୁଥିଲା ଜୟଦେବ ଭବନ ପ୍ରେକ୍ଷାଳୟ। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର ଗାଇଥିବା ପ୍ରାୟ ୨୫ଟି ଗୀତକୁ ଗାଇ ଚାଲିଥିଲେ ଜଣାଶୁଣା କଣ୍ଠଶିଳ୍ପୀମାନେ। ଅବସର ଥିଲା ‘ଗୋଲ୍ଡେନ ଗୀତ ଗଜଲ’ ପକ୍ଷରୁ ଆୟୋଜିତ ସଙ୍ଗୀତ ସଂଧ୍ୟା ‘ଲତା ମଙ୍ଗେସକର ନାଇଟ୍’ର। ଏଥିରେ ଜଣାଶୁଣା ମଞ୍ଚ କଣ୍ଠଶିଳ୍ପୀ ଶର୍ମିଳା ସିଂହ ପତି, ଲୋଭା ପଢ଼ିଆରୀ, ବବି ରାଜ୍, ଶେଖର ରାଉତ, ପ୍ରଭାତ କୁମାର, ଶିବୁ ପଟ୍ଟନାୟକ ଓ ବିଶ୍ବରଞ୍ଜନ ଦାସ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଆଜିର ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଚିତ୍ତରଞ୍ଜନ ପାଣି, ସମ୍ମାନିତ ଅତିଥି ଭାବେ ଆଦିତ୍ୟ ହୁଣ୍ଡାଇର ସହ-ଉପାଧ୍ୟକ୍ଷ ହରମୋହନ ମହାନ୍ତି, ନାଲ୍କୋର ପୂର୍ବତନ ସିଏମ୍ଡି ଏସ୍.କେ ତାମୋଟିଆ, କମଳାକାନ୍ତ ମହାନ୍ତି, ଅଭିନେତ୍ରୀ ଈଷା ବେବର୍ତ୍ତା ଓ କ୍ଷୀରୋଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଗୁଲ୍ସନ୍ ନଦିମ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଲତା ମଙ୍ଗେସକର ନାଇଟ୍
/sambad/media/post_attachments/wp-content/uploads/2018/12/Lata-Mangeshkar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)