ବାରଙ୍ଗ/ତ୍ରିଶୁଳିଆ : ବୁଧବାର ଅପରାହ୍ନରେ ସ୍ଥାନୀୟ ତ୍ରିଶୁଳିଆ ନିକଟ ସୁବାସ ବୋଷ ସେତୁ ଉପରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଆଇନ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଚିରଞ୍ଜୀବି ମହାନ୍ତି (୨୫)। ସୂଚନାନୁସାରେ ଚିରଞ୍ଜୀବି ତାଙ୍କ ୟାମାହା ଏଫ୍ଜେଡ୍ ୫ ବାଇକ୍ (ଓଡି୦୫ -ଏସି -୧୯୪୯) ଯୋଗେ କଟକରୁ ସୁବାସ ବୋଷ ସେତୁ ଉପର ଦେଇ ତ୍ରିଶୁଳିଆ ଛକ ଆଡ଼କୁ ଆସୁଥିଲେ। ବ୍ରିଜ୍ ଉପରେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବାରଙ୍ଗ ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡିକାଲକୁ ପଠାଇଥିଲା।
ସଡ଼କ ଦୁର୍ଘଟଣାରେ ଆଇନ ଛାତ୍ରଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/02/accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)