ମାସିକ ୨୫ ହଜାର ଟଙ୍କା ଦାବି କଲା ଭୁବନେଶ୍ବର ଓକିଲ ସଂଘ

ଭୁବନେଶ୍ବର: ଲକ୍‌ଡାଉନ୍‌ ପାଇଁ ଏବେ ଓକିଲ କୋର୍ଟ ଆସି ପାରୁନାହାନ୍ତି। ଫଳରେ ଓକିଲାତିକୁ ପେସା କରି ପରିବାର ପ୍ରତିପୋଷଣ କରୁଥିବା ଓକିଲଙ୍କର ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ତେଣୁ ସେମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ମାସିକ ୨୫ ହଜାର ଟଙ୍କା ଲେଖାଁଏ ଯୋଗାଇ ଦେବାକୁ ଦାବି କରିଛି ଭୁବନେଶ୍ବର ଓକିଲ ସଂଘ। ଏ ନେଇ ରାଜ୍ୟ ବାର୍‌ କାଉନସିଲ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଡଭୋକେଟ୍ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି। ସଂଘର ସଦସ୍ୟ ଥିବା ଓକିଲମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଏହା ପୂର୍ବରୁ ଲୟର୍ସ ଗ୍ରୁପ୍‌ ପକ୍ଷରୁ ଅନୁରୂପ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର