ଭୁବନେଶ୍ୱର: ଦୁଇଜଣ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଗିରଫ ଦାବିରେ ଭୁବନେଶ୍ବର ଓକିଲ ସଂଘ ପ୍ରତିବାଦ ଉଗ୍ର ରୂପ ନେଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଓକିଲସଂଘ ପୁଲିସକୁ ତିନୋଟି ତାରିଖ ଦେଇଥିଲେ ମଧ୍ୟ ପୁଲିସ ଫେଲ ମାରିଛି। ଆଜି ସଂଘର ସାଧାରଣ ପରିଷଦ ବୈଠକ ବସିବା ପରେ ପୁଲିସକୁ ଆଉ ଥରେ ବୁଧବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସେଥିପାଇଁ ଗୁରୁବାର ପର୍ଯ୍ୟନ୍ତ ସଂଘ କାର୍ଯ୍ୟବନ୍ଦ ରଖିବ ବୋଲି ନିଷ୍ପତ୍ତି ନେଇଛି। ଗୁରୁବାର ପୁଣି ବୈଠକ ବସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସଂଘର ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏ ନେଇ ପୁଲିସ କମିସନରଙ୍କୁ ବିଧିବଦ୍ଧ ଭାବରେ ଅବଗତ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେହିପରି ଅନ୍ୟ ବାର୍ଗୁଡ଼ିକ ଏହି ଦାବିକୁ ସମର୍ଥନ ଜଣାଇବା ପାଇଁ ଚିଠି ଲେଖାଯାଇଛି। ପୁରୀ ଓକିଲ ସଂଘ ସମ୍ପାଦକ ଆସନ୍ତାକାଲି ଏ ନେଇ ନିଷ୍ପତ୍ତି ନେବାକୁ ବୈଠକ ଡାକିଥିବା ବେଳେ ଅନ୍ୟ ବାର୍ଗୁଡ଼ିକ ମଧ୍ୟ ଅନୁରୂପ ପଦକ୍ଷେପ ନେବାକୁ ଯାଉଥିବା ସୂଚନା ମିଳିଛି। ସୂଚନା ମୁତାବକ, ସଂଘର ଦୁଇଜଣ ଓକିଲ ମହମ୍ମଦ ଏ. ଆଲାମ୍ ଓ ଉମାକାନ୍ତ ତାଣ୍ଡିଙ୍କୁ ଲକ୍ଷ୍ମୀସାଗର ଅଞ୍ଚଳରେ ଦୁର୍ବୃ୍ତ୍ତମାନେ ଆକ୍ରମଣ କରିବା ସହ ଗାଳି ଗୁଲଜ କରି ଫେରାର ହୋଇ ଯାଇଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୂର୍ବରୁ ପୁଲିସକୁ ୩ ଥର ସମୟ ଦିଆଯାଇଥିଲେ ମଧ୍ୟ ପୁଲିସ ବିଫଳ ହେବାରୁ ୨୭ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରତିବାଦ ସମୟରେ କୌଣସି ପ୍ରକାରର ଆଡ୍ଭର୍ସ ଅର୍ଡର ପାସ୍ ନ କରିବା ଓ ଅନ୍ୟ ବିଚାରପତିମାନଙ୍କୁ ପରାମର୍ଶ ଦେବା ପାଇଁ ଜିଲ୍ଲା ଓ ଦୌରାଜଜ୍ଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।
ଅଭିଯୁକ୍ତଙ୍କୁ ଗିରଫ କରୁନି ପୁଲିସ, ୨୭ ଯାଏଁ ଓକିଲଙ୍କ କାର୍ଯ୍ୟବନ୍ଦ
/sambad/media/post_attachments/wp-content/uploads/2018/12/lawyer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)