ଗତ ସପ୍ତାହରେ ମୁକ୍ତିଲାଭ କରିଥିବା ‘ଛପାକ’ ଚର୍ଚ୍ଚାରେ ରହିଥିବା ବେଳେ ଏହି ପ୍ରେରଣାଦାୟୀ କାହାଣୀକୁ ନିଜ ଝିଅ ପିହୁ ସହ ଦେଖିଛନ୍ତି ଲକ୍ଷ୍ମୀ ଅଗ୍ରୱାଲ। ପିହୁ ଏହି ଚଳଚ୍ଚିତ୍ର ଦେଖିବା ପରେ କେମିତି ପ୍ରତିକ୍ରିୟା ରଖୁଛି, ତାହା ଲକ୍ଷ୍ମୀ ଜାଣିବାକୁ ଚାହୁଁଥିବାରୁ ଏପରି କରିଛନ୍ତି। ତେବେ ପିହୁ ସମ୍ପୂର୍ଣ୍ଣ ଫିଲ୍ମକୁ ଆରାମରେ ଦେଖିଥିଲେ। ସେ ଫିଲ୍ମ ଦେଖିବା ବେଳେ ଲକ୍ଷ୍ମୀଙ୍କୁ ଅନେକ ପ୍ରଶ୍ନ ପଚାରିଥିବା ବେଳେ ଲକ୍ଷ୍ମୀ ଏହାର ଗୋଟିଗୋଟି ଉତ୍ତର ଦେଇଥିଲେ। ଲକ୍ଷ୍ମୀ କହିଛନ୍ତି ଯେ ଫିଲ୍ମ ଦେଖିବା ପରେ ପିହୁ ମତେ ବହୁତ ପ୍ରଶଂସା କଲା ଓ ଦୀପିକାଙ୍କୁ ବି କୋଳେଇ ଧରିଥିଲା। ବଡ଼ କଥା ହେଉଛି ‘ଛପାକ’ ପ୍ରେରଣା ଦାୟୀ ଚଳଚ୍ଚିତ୍ର ହୋଇଥିବାରୁ ଏହାକୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟରେ ଟିକସମୁକ୍ତ କରି ଦିଆଯାଇଛି। ଏପରିକି ଉତ୍ତରାଖଣ୍ଡ ସରକାର ଏସିଡ୍ ପୀଡ଼ିତାଙ୍କ ନିମନ୍ତେ ୬ ହଜାର ଟଙ୍କାର ମାସିକ ପେନ୍ସନ ମଧ୍ୟ ଘୋଷଣା କରି ସାରିଛନ୍ତି।
ଝିଅ ପିହୁ ସହ ‘ଛପାକ୍’ ଦେଖିଲେ ଲକ୍ଷ୍ମୀ ଅଗ୍ରୱାଲ୍
/sambad/media/post_attachments/wp-content/uploads/2020/01/sf65h4fs987ghfs987gh98fs7hg8fsghsfhhhhhhhhhhhhhhhhhhh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)