ଗଜ ଲକ୍ଷ୍ମୀ ପୂଜାରେ ଅବସରପ୍ରାପ୍ତ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କ ସମେତ ସଫେଇ କାର୍ଯ୍ୟ ନିମନ୍ତେ ବିଏମ୍‌ସି କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଖାରବେଳେନଗର ଠାରେ ‘ଜୟ ଓଡ଼ିଶା’(ସ୍ୱୟଂ ସହାୟକ ସଂଘ) ଏବଂ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପକ୍ଷରୁ ଲକ୍ଷ୍ମୀ ପୂଜାର ଆୟୋଜନ କରାଯାଇଥିଲା। ଖାରବେଳେନଗର ଠାରେ ଆୟୋଜିତ ହୋଇଥିବା ଗଜଲକ୍ଷ୍ମୀ ପୂଜାରେ ଉକ୍ତ ଅଞ୍ଚଳର ବିଏମ୍‌ସି କର୍ମଚାରୀମାନଙ୍କୁ ତାଙ୍କର ସଫେଇ କାର୍ଯ୍ୟ ନିମନ୍ତେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅରୂପ ପଟ୍ଟନାୟକ ( ଅବସରପ୍ରାପ୍ତ ପୁଲିସ କମିଶନର, ବିଜୁ ଯୁବ ବାହିନୀର ଅଧ୍ୟକ୍ଷ) ସମାଜ ନିମନ୍ତେ ନିଜର ଏକ କ୍ରିୟାଶୀଳ ଅଂଶଦାନ ନିମନ୍ତେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି। ଏଥସହିତ ଅରୂପ ପଟ୍ଟନାୟକ ଏକ ପୁସ୍ତକ ଉନ୍ମୋଚିତ କରିଥିଲେ। ‘ଜୟ ଓଡ଼ିଶା’ ଏବଂ ମସ୍‌ରୁମ୍‌ ଫଟୋଗ୍ରାଫି ନାମକ ଦୁଇଟି ସଂସ୍ଥାର ମିଳିବ ଉଦ୍ୟମରେ, ଏହି ଅଞ୍ଚଳର ବିଏମ୍‌ସି କର୍ମଚାରୀମାନଙ୍କ ଉତ୍ତୋଳିତ ଫଟୋ ଏହି ପୁସ୍ତକରେ ସ୍ଥାନ ପାଇଛି। ଏଥିସହିତ ଓ୍ଵାର୍ଡ ନିଂ- ୩୫ ଏବଂ ବିଏମ୍‌ସି ଜାଗୃତି କର୍ମଚାରୀମାନଙ୍କୁ ଶାଢ଼ୀ ଏବଂ ଟି-ସାର୍ଟ ପ୍ରଦାନ କରି ମଧ୍ୟ ସମ୍ବର୍ଦ୍ଧତ କରାଯାଇଥିଲା।

ସମ୍ବନ୍ଧିତ ଖବର