ରାସ୍ତା ପ୍ରଶସ୍ତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବାରଙ୍ଗ/ତ୍ରିଶୁଳିଆ: ଉତ୍ତର ନିର୍ବାଚନମଣ୍ଡଳୀ ଗଣ୍ଡରପୁର ସ୍କୁଲଗଡ଼ା ଠାରେ ବିଧାୟକ ସୁଶାନ୍ତ କୁମାର ରାଉତ ଭୁବନେଶ୍ବରରୁ କଟକକୁ ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ କରିଛନ୍ତି। ଗଣ୍ଡରପୁର ଭାୟା ଟାଙ୍ଗିବନ୍ତରୁ କଳାରାହାଙ୍ଗ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତାକୁ ୫୩୯.୭୮ ଲକ୍ଷ ଟଙ୍କା ବିନିଯୋଗରେ ଆରଡି ବିଭାଗ ତରଫରୁ ସଂପ୍ରସାରଣ ଓ ଦୃଢ଼ୀକରଣ କରାଯିବ। ଏହି ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ହେଲେ ୫ଟି ଗ୍ରାମପଞ୍ଚାୟତର ଜନସାଧାରଣ ଉପକୃତ ହେବେ। ଏହା ବ୍ୟତୀତ ଆଖପାଖ ଅଞ୍ଚଳର ଲୋକଙ୍କର ମଧ୍ୟ ଭୁବନେଶ୍ବରକୁ ଗମନାଗମନର ସୁବିଧା ହେବ।

ଆସନ୍ତା ୨୦୨୩ ମସିହା ମେ’ ସୁଧା କାର୍ଯ୍ୟ ଶେଷ ହେବ। ଉତ୍ସବରେ ବିଧାୟକଙ୍କ ସହିତ ଓଡ଼ିଶା ମୋ ପରିବାରର ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ବବିତା ରାଉତ, କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇ, ଭୁବନେଶ୍ବର ଯୁବ ବିଜେଡି ସଭାପତି ନିର୍ମଳ ରାଉତ, ଉମାକାନ୍ତ ହାତୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଉତ୍କଳମଣି ସରକାରୀ ଉ.ପ୍ରା. ବିଦ୍ୟାଳୟର ୧୦ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଶ୍ରେଣୀ ଗୃହର ଶିଳାନ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର