ମତଦାନ କରିବା ବେଳେ ସେଠାରେ ଆବଶ୍ୟକ ହେଉଥିବା ଆଲୋକ ବ୍ୟବସ୍ଥା ପାଇଁ ପୂର୍ବରୁ ବ୍ୟବହୃତ କିରାସିନି ଲଣ୍ଠନକୁ ଏଥର ହଟାଇ ଦିଆଯାଇଛି। କିରାସିନି ଓ ଦିଆସିଲି ଝିନ୍ଝଟ୍ ସହ ନିଆଁ ଲାଗିଯିବା ଓ ସ୍ଥାନାନ୍ତର ବେଳେ ଲଣ୍ଠନ କାଚ ଭାଙ୍ଗିଯିବାର ଭୟକୁ ଆଖି ଆଗରେ ରଖି ଏଥର ଏଲ୍ଇଡି ଲଣ୍ଠନ ବ୍ୟବସ୍ଥା କରାଯାଇଛି। ଲଣ୍ଠନ ଭଳି ଦିଶୁଥିବା ଏହି ଏଲ୍ଇଡି ସୌରଶକ୍ତି ଓ ବିଦ୍ୟୁତରେ ଚାର୍ଜ ହେବ। ଥରେ ଚାର୍ଜ ହେଲେ ଏହା ୧୦ ଘଣ୍ଟା ପର୍ଯ୍ୟନ୍ତ ଜଳିବ। ବୁଥ୍ୱାରୀ ପ୍ରତ୍ୟେକ ଅଧିକାରୀଙ୍କୁ ଆବଶ୍ୟକୀୟ ଲଣ୍ଠନ ଯୋଗାଇ ଦିଆଯାଇଛି।
ବୁଲିବେ ସେକ୍ଟର ଅଫିସର: ନିର୍ବାଚନ ସମୟରେ ସୁରକ୍ଷା ତଥା ଶୃଙ୍ଖଳା ପାଇଁ ମୋବାଇଲ ୟୁନିଟ୍ କରାଯାଇଛି। ଏଥିରେ ଜୋନାଲ ମାଜିଷ୍ଟ୍ରେଟ୍ଙ୍କ ଅଧୀନରେ ଜଣେ ଜିଲ୍ଲା ପ୍ରଶାସନରୁ ଓ ଜଣେ ପୁଲିସ ବିଭାଗରୁ ଦୁଇଜଣ ସେକ୍ଟର ଅଫିସର ରହିବେ। ପ୍ରତ୍ୟେକ ବୁଥ୍ରେ କିଭଳି ଶୃଙ୍ଖଳିତ ତଥା ଶାନ୍ତିପୂର୍ଣ୍ଣ ମତଦାନ ହେବ, ତାହା ସେମାନେ ନିଶ୍ଚିତ କରିବେ। ୧୦ରୁ ୧୨ଟି ବୁଥ୍କୁ ନେଇ ସେକ୍ଟର ତିଆରି କରାଯାଇଛି। ୫ଟି ନିର୍ବାଚନ ମଣ୍ଡଳୀ ଅଧୀନରେ ୯୯ଟି ସେକ୍ଟର ହୋଇଛି।
ଉତ୍ତରରେ ଦୁଇଟା ଲେଖାଏଁ ଇଭିଏମ୍: ଗୋଟିଏ ଇଭିଏମ୍ରେ ସର୍ବାଧିକ ୧୬ଟି ପ୍ରାର୍ଥୀଙ୍କ ତାଲିକା ରହୁଛି। କିନ୍ତୁ ଯେଉଁଠି ୧୬ ପ୍ରାର୍ଥୀରୁ ଅଧିକ ହେଉଛନ୍ତି ସେଠାରେ ସେହି ଅନୁପାତରେ ମେସିନ୍ ଅଧିକ ଦରକାର ହେଉଛି। ଭୁବନେଶ୍ବରରେ ଥିବା ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଉତ୍ତର ବିଧାନସଭା କ୍ଷେତ୍ରରେ ୧୬ରୁ ଅଧିକ ପ୍ରାର୍ଥୀ ଥିବାରୁ ପ୍ରାର୍ଥୀରୁ ଏଠାରେ ସମସ୍ତ (୨୪୩) ବୁଥ୍କୁ ଦୁଇଟି ଲେଖାଏଁ ଇଭିଏମ୍ ମେସିନ୍ ପଠାଯାଇଛି।
ଷ୍ଟ୍ରଙ୍ଗ୍ରୁମ୍ ପ୍ରସ୍ତୁତ: ମତଦାନ ପରେ ବ୍ୟବହୃତ ଇଭିଏମ୍ଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ବିଜେବି କଲେଜ୍ର ଆର୍ଟସ୍ ବ୍ଲକ ଭିତରେ ଏଥିପାଇଁ ଷ୍ଟ୍ରଙ୍ଗ୍ରୁମ୍ ପ୍ରସ୍ତୁତ କରାଯାଇଛି। ମେସିନ୍ ପହଞ୍ଚିବା ପରେ ଏଗୁଡ଼ିକୁ ଜଉମୁଦ ଲଗାଇ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିବାକୁ କୁହାଯାଇଛି। ବିଧାନସଭା ଓ ଲୋକସଭା ଆସନ ପାଇଁ ଭିନ୍ନଭିନ୍ନ ଷ୍ଟ୍ରଙ୍ଗ୍ରୁମ୍ ବ୍ୟବସ୍ଥା କରାଯାଇଛି। ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଗୋଟିଏ ଲେଖାଏଁ ଷ୍ଟ୍ରଙ୍ଗରୁମ୍ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/m4.jpg)