ନନ୍ଦନକାନନରେ ବର୍ଷାର ମୃତ୍ୟୁ, କଲରାପତରିଆ ସଂଖ୍ୟା ୬କୁ ଖସିଲା

ଭୁବନେଶ୍ବର: ନନ୍ଦନକାନନରୁ ଆଉ ଏକ କଲରାପତରିଆ ବାଘ ସଂଖ୍ୟା କମିଲା। ଚନ୍ଦକା ଜଙ୍ଗଲରୁ ୩ ମାସର ହୋଇଥିବା ବେଳେ ଉଦ୍ଧାର ହୋଇଥିବା ୧୪ ବର୍ଷର କଲରାପତରିଆ ବାଘ ବର୍ଷାର ଆଜି ସଂଧ୍ୟାରେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ବର୍ଷାର ମୃତ୍ୟୁ  ସନ୍ଧ୍ୟା ୫ଟା ସମୟରେ ହୋଇଛି ବୋଲି ସୂଚନା ରହିଛି। ଚଳିତବର୍ଷ ଅଗଷ୍ଟ ମାସରୁ ବର୍ଷା ରେକ୍ଟାଲ୍‌ ପ୍ରୋଲ୍‌ପ୍ସ ଦ୍ବାରା ଆକ୍ରାନ୍ତ ହେବା ପରେ ଚିକିତ୍ସତ ହେଉଥିଲା। ଏହି ପ୍ରୋଲ୍‌ପ୍ସ ପାଇଁ ବର୍ଷାକୁ ଶେଷ ଥର ପାଇଁ ଡିସେମ୍ବର ୨୧ ତାରିଖରେ ଚିକିତ୍ସା କରାଯାଇଥିଲା। 

ଆଜି ସକାଳୁୁ ବର୍ଷାର ସ୍ବାସ୍ଥ୍ୟାବସ୍ଥା ବେଶି ବିଗିଡ଼ିବା ପରେ ତାକୁ ଚିକିତ୍ସା ପାଇଁ ଜୁ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାପରେ ବର୍ଷା ମଧ୍ୟରେ ସାମାନ୍ୟ ଭୟ ଓ ଶଙ୍କା ରହିଛି ବୋଲି ଡାକ୍ତର ସୂଚନା ଦେଇଥିଲେ। ଶେଷରେ ସଂଧ୍ୟା ୫ଟା ସମୟରେ ବର୍ଷା ଆଝି ବୁଜି ଦେଇଛି।

ବର୍ଷାର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ୪ଟି ଅଣ୍ଡିରା ଓ ୨ଟି ମାଈ କଲରାପତରିଆ ବାଘ ଅଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏକ କଲରାପତରିଆର ସାଧାରଣ ଜୀବନକାଳ ୧୨ରୁ ୧୭ ବର୍ଷ ମଧ୍ୟରେ ହୋଇଥାଏ।

ସମ୍ବନ୍ଧିତ ଖବର