ତିନି ବର୍ଷ ଧରି ବିଏମ୍ସିରେ ନିର୍ବାଚିତ ଜନପ୍ରତିନିଧି ନଥିଲେ। ଅଫିସରରାଜ୍ ଚାଲିଥିଲା। ଚଳିତବର୍ଷ ନିର୍ବାଚନ ପରେ ଲୋକପ୍ରତିନିଧି ଦାୟିତ୍ବ ନେଇଥିଲେ। ହେଲେ ସେମାନେ ସେଭଳି କିଛି କମାଲ୍ ଦେଖାଇ ପାରିଲେ ନାହିଁ। ମୌଳିକ ସେବା ଯୋଗାଇ ଦେବାରେ ବିଫଳ ହେଲେ। ମଶା ଉତ୍ପାତ କଲେ। ଡେଙ୍ଗୁ ବି ଜୀବନ ନେଲା। ଆବର୍ଜନାରେ ସହର ଉବୁଟୁବୁ ହେଲା। ଅଳିଆକୁ ନେଇ ନାନା କଟକଣା କଲେ, କିନ୍ତୁ ସ୍ବଚ୍ଛ ସର୍ବେକ୍ଷଣରେ ବି ରୢାଙ୍କ୍ ପାଇଲେନି। ଏଣେ ଆବର୍ଜନା ବୋହୁଥିବା ଗାଡ଼ି ଦୁର୍ଘଟଣାରେ ଲଗାତାର ଦୁଇ ଦୁଇଟି ଜୀବନ ଚାଲିଯିବା ଘଟଣା ଭୁଆସୁଣି ଡମ୍ପିଂୟାର୍ଡ ବିବାଦ ନିଆଁରେ ଘିଅ ଢାଳିଥିଲା। ବିଡିଂ ଠାରୁ ହୋର୍ଡିଂ ଯାଏଁ ଏମିତି ଦୁର୍ନୀତି ହେଲା ଯେ, ବିଏମ୍ସିରେ କ୍ରାଇମ୍ବ୍ରାଞ୍ଚ ପଶିଲା। ଏଣେ ହକି ନାଁରେ ଜବରଦଖଲ ଉଚ୍ଛେଦରେ ଗରିବର ରୋଜଗାର ବୁଡ଼ିଗଲା। ଟ୍ରାଫିକ୍ ଛକକୁ ନୂଆ ରୂପ ଦେଲେ, ହେଲେ ସମସ୍ୟା ସୁଧୁରିଲାନି। ଟ୍ରାଫିକ୍ରେ ଲୋକେ ଯମଯନ୍ତ୍ରଣା ପାଇଲେ। ତର୍ଜମା ଓ ଯୋଜନା ପରେ ବି ଜଳ ନିଷ୍କାସନ ସମସ୍ୟାରେ ସୁଧାର ଆସିଲାନି। ବର୍ଷାରେ ଏଥର ବି ରାଜଧାନୀ ଉବୁଟୁବୁ ହେଲା। କେବଳ ଧଉଳିକୁ ଛାଡ଼ିଦେଲେ ଅନ୍ୟ କୌଣସି ପର୍ଯ୍ୟଟନସ୍ଥଳର ବିକାଶ ହେଲା ନାହିଁ। ଦୁଇ ବହୁତଳ କାର୍ ପାର୍କିଂକୁ ଛାଡ଼ିଦେଲେ କୌଣସି ବଡ଼ ବଡ଼ ପ୍ରକଳ୍ପ ମଧ୍ୟ ପ୍ରତିଷ୍ଠା ହୋଇ ପାରିଲା ନାହିଁ। ତେବେ ଚଳିତ ବର୍ଷ ଘୋଷଣା ହୋଇଥିବା ‘ସାଇନ୍ସ ସିଟି’ ପ୍ରକଳ୍ପ ସହ ଇନ୍ଫୋଭାଲି ଓ ଆଇସିଓଏମ୍ସି କୋଠାରେ ଡିଲଏଟ ଓ ଆଇବିଏମ୍ ଭଳି ବଡ଼ ବଡ଼ ଆଇଟି କମ୍ପାନି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ରେଳ ଷ୍ଟେସନ ନବୀକରଣ ଓ ଶିଖରଚଣ୍ଡୀ ବିକାଶ ଭୁବନେଶ୍ବର ଇତିହାସରେ ନୂଆ ଅଧ୍ୟାୟ। ଏହା ସହ ନୂଆ ବ୍ୟବସାୟୀଙ୍କୁ ଡଷ୍ଟବିନ୍ ଅଭ୍ୟସ୍ତ କରାଇବା ଓ ‘ସିଟିଜେନ୍ ଇଣ୍ଟରଫେସ୍’ ଭଳି ଅନେକ ସଫଳ କାର୍ଯ୍ୟକ୍ରମ ବିଏମ୍ସି ପାଇଁ ପ୍ରଶଂସା ସାଉଁଟିଛି। ବର୍ଷ ଶେଷ ଆଡ଼କୁ ହକି ପାଇଁ ଚାଲିଥିବା ସୌନ୍ଦର୍ଯ୍ୟୀକରଣ ସହରକୁ ନୂଆ ରୁପ ଦେଇଛି। ବିଦାୟୀ ବର୍ଷର ଏଭଳି କିଛି ଅଭୁଲା ଅତୀତକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା।
ଉପସ୍ଥାପନା: ବିବୁଧ ମହାନ୍ତି
/sambad/media/post_attachments/wp-content/uploads/2022/12/bmc-3-750x430.jpg)
ଆଇଟି ହବ୍ ହେବ ସହର
ରାଜଧାନୀ ଆଇଟି ହବ୍ ହେବାକୁ ଯାଉଛି। ଚଳିତବର୍ଷ ଡିଲଏଟ୍ ଓ ଆଇବିଏମ୍ ଭଳି ପ୍ରତିଷ୍ଠିତ ଆଇଟି କମ୍ପାନି ଖୁବ୍ଶୀଘ୍ର ଆଇସିଓଏମ୍ସି କୋଠାରେ ନିଜ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି। ଯାହା ଫଳରେ ଏଠାରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ତା’ ସହିତ ଇନ୍ଫୋଭ୍ୟାଲିରେ ମଧ୍ୟ ଆଇଟି କମ୍ପାନିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ରାଜଧାନୀ ପାଇଁ ଏକ ନୂଆ ସମ୍ଭାବନା।
/sambad/media/post_attachments/wp-content/uploads/2017/12/satya-sikharchandi.jpg)
ଶିଖରଚଣ୍ଡୀର ବିକାଶ
ସହରର ପ୍ରମୁଖ ପିକ୍ନିକ୍ ସ୍ପଟ୍ ଶିଖରଚଣ୍ଡୀର ବିକାଶ ପାଇଁ ୨୦୧୩ ମସିହାରେ ପ୍ରସ୍ତୁତ ହୋଇଥିଲା ନୀଳନକ୍ସା। ସହର ଭିତରେ ଏକ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଭୋଜିଭାତର ମଜା ନେବା ପାଇଁ ସହରବାସୀ ବେଶ୍ ଉତ୍ସାହିତ ହୋଇଥିଲେ। ହେଲେ ବର୍ଷ ପରେ ବର୍ଷ ବିତିଥିଲେ ମଧ୍ୟ ତାହା ନାଲି ଫିତା ତଳେ ରହିଯାଇଥିଲା। ତେବେ ଚଳିତ ବର୍ଷ ‘୫-ଟି’ ସଚିବ କ୍ଷେତ୍ର ପରିଦର୍ଶନ କରିଥିଲେ। ୫୦ କୋଟି ଟଙ୍କା ବ୍ୟୟରେ ପାହାଡ଼ର ମୋଟ ୫୩ ଏକର ପରିମିତ ସ୍ଥାନରେ ପର୍ଯ୍ୟଟନର ବିକାଶ ହେବାକୁ ଘୋଷଣା ହୋଇଛି। ହିଲ୍ ଟପ୍ରେ ୱାଚ୍ ଟାୱାର ସହ ଶିଖରଚଣ୍ଡୀ ପାହାଡ଼କୁ ଲାଗିଥିବା ହନୁମାନ ପାହାଡ଼ ମଧ୍ୟରେ ରୋପ୍ ୱେ କରାଯିବ। ଏହା ନିଶ୍ଚିତ ଭାବରେ ରାଜଧାନୀବାସୀଙ୍କୁ ନିଆରା ଅନୁଭବ ଦେବ।
/sambad/media/post_attachments/wp-content/uploads/2022/12/parking-750x425.jpg)
ନୂଆ ପ୍ରକଳ୍ପ
ଅନେକ ଅସୁବିଧା ଭିତରେ ଏ ବର୍ଷ କେତେକ ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ସହିଦନଗର ଓ ରାଜମହଲରେ ବହୁତଳ ପାର୍କିଂ ସହରର ପାର୍କିଂ ବ୍ୟବସ୍ଥାରେ ଅନେକାଂଶରେ ସୁଧାର ଆଣିଛି। ଦୁର୍ଘଟଣା, ଦୁର୍ବ୍ୟବହାର ଓ ଚୋରି ଭଳି ଏକାଧିକ ଅଭିଯୋଗରେ ‘ମୋ ବସ୍’ ବଦନାମ ହୋଇଥିଲେ ମଧ୍ୟ ଇ-ବସ୍ ଓ ଇ-ଅଟୋ ରିକ୍ସା ବେଶ୍ ଆଦୃତ ହୋଇଛି। ବାପୁଜୀନଗରରେ ପ୍ରଥମ ଥର ପାଇଁ ‘ଇ-ଲାଇବ୍ରେରି’ ଉଦ୍ଘାଟିତ ହେବାକୁ ଯାଉଛି। ପାର୍କରେ ଲାଇବ୍ରେରି ଓ ଡେ’ କେୟାର ସେଣ୍ଟର ମଧ୍ୟ ପ୍ରଥମ ଥର ପାଇଁ ବିଡିଏ ପ୍ରସ୍ତୁତ କରୁଛି। ପ୍ରଥମ ଥର ପାଇଁ ଭୁବନେଶ୍ବରରେ ‘ସାଇନ୍ସ ସିଟି’ ନିର୍ମାଣ ହେବାକୁ ଯାଉଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2022/09/alia-b2-750x430.jpg)
ଅଳିଆ ଅଡ଼ୁଆ
ସମସ୍ତ ୱାର୍ଡରେ ସଫେଇ ଘରୋଇକରଣ କରିବାକୁ ଯୋଜନା କରି ୬୭ ୱାର୍ଡକୁ ୧୦ ପ୍ୟାକେଜ୍ରେ ବିଭକ୍ତ କରାଗଲା। ହେଲେ ଟେଣ୍ଡର ପାଇବା ପରେ ନୂଆ ସଂସ୍ଥା ସମ୍ଭାଳିପାରିଲେ ନାହିଁ। ଚାରିଆଡ଼େ ଅଳିଆ ମାତ୍ରା ବଢ଼ିବାରେ ଲାଗିଲା। ଜଟାୟୂ ମେସିନ୍ ଲାଗି ଅଳିଆ ଶୋଷିଲା। ବିଏମ୍ସି ନିଜେ ଲାଗିପଡ଼ି ଅଳିଆ ଉଠାଇଲା, ହେଲେ ଭୁଆସୁଣିରେ ଲଗାତାର ଅଳିଆ ବୁହା ଗାଡ଼ି ଦୁର୍ଘଟଣା ଯୋଗୁ ଦୁଇ ଦୁଇଟି ଜୀବନ ଚାଲିଯିବା ପରେ ଡମ୍ପିଂ ୟାର୍ଡକୁ ଆବର୍ଜନା ଯିବା ବନ୍ଦ ହୋଇଗଲା। ଟିଟିଏସ୍ ଭର୍ତ୍ତି ହୋଇଯିବା ଯୋଗୁ ରାସ୍ତା ଉପରେ ଗାଡ଼ି ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଲା। ଯେଉଁ ସର୍ତ୍ତରେ ପୁଣି ଥରେ ଆବର୍ଜନା ଭୁଆସୁଣି ଡମ୍ପିଂ ୟାର୍ଡକୁ ପୁନର୍ବାର ଗଲା ସେ ସର୍ତ୍ତ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପୂରଣ ହେବା ଦିଶୁନାହିଁ। ଏଣୁ ଅଳିଆକୁ ନେଇ ପୁଣି ନୂଆ ଅଡ଼ୁଆ ସୃଷ୍ଟି ହେବା ଅବଶ୍ୟମ୍ଭାବୀ। ଏହି ଅଳିଆକୁ ନେଇ ବିଏମ୍ସି ଆଉ ଏକ ଅଡ଼ୁଆରେ ଛନ୍ଦି ହୋଇଥିଲା। ସଫେଇ ବାବଦକୁ ୫୬ କୋଟି ବାକି ପଡ଼ିଥିବା ଅଭିଯୋଗ କରି ଏକ ଠିକା ସଂସ୍ଥା ରାମ୍କି ବିଏମ୍ସିକୁ ନୋଟିସ୍ କରିଥିଲା। ଯାହା ବିଏମ୍ସିକୁ ଟେନ୍ସନ୍ ଦେଇଥିଲା।
/sambad/media/post_attachments/wp-content/uploads/2021/11/mahima-dhaba-bmc2-750x430.jpg)
ଜବରଦଖଲ ଉଚ୍ଛେଦ
ପ୍ରଥମ ଥର ପାଇଁ ସହରରେ ବ୍ୟାପକ ଜବରଦଖଲ ଉଚ୍ଛେଦ ହୋଇଛି। ଅନେକ ବ୍ୟବସାୟୀଙ୍କର ପେଟରେ ଲାତ ବାଜିବାରୁ ପରିସ୍ଥିତି ଭୟଙ୍କର ହୋଇଛି। ହଜାର ହଜାର ବ୍ୟବସାୟୀ ବିଏମ୍ସିକୁ ଘେରିଛନ୍ତି। ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ ପାଇଁ ବିଏମ୍ସି ବଦନାମ ବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/m14.jpg)