ଭୁବନେଶ୍ବର: ଜନଜୀବନର ମଙ୍ଗଳ ପାଇଁ ଅନୁଭାବାତ୍ମକ ସାହିତ୍ୟ ସୃଷ୍ଟି ହେବା ଉଚିତ। ‘ଚଲାପଥ’ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗଦେଇଥିବା ଅତିଥିମାନେ ଏଭଳି ମତ ରଖିଛନ୍ତି। ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ବରିଷ୍ଠ ପ୍ରଶାସକ ବିଜନ କୁମାର ବେହେରା ଉଦ୍ଘାଟନ କରିଥିଲେ। ଏଥିରେ ଚଲାପଥର ଉପଦେଷ୍ଟା ବିରୁପାକ୍ଷ ତ୍ରିପାଠୀ ମୁଖ୍ୟଅତିଥି, ଅନ୍ୟତମ ଉପଦେଷ୍ଟା କବି ରକ୍ଷକ ନାୟକ ବିଶିଷ୍ଟ ଅତିଥି, ପୂର୍ବତଟ ରେଳପଥର ବରିଷ୍ଠ ଲୋକସଂପର୍କ ଅଧିକାରୀ କବି ନିରାକାର ଦାସ ସମ୍ମାନିତ ଅତିଥି ଏବଂ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରଫେସର୍ ଡ. ସଂଘମିତ୍ରା ଭଂଜ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ହଳଧର ଧୀର, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ପଣ୍ଡା, ବୈଜ୍ଞାନିକ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ, ପ୍ରଫେସର୍ ଅହ୍ଲାଦିନ ଧୀର, ସାରସ୍ବତ ସମାଜ ଓଡ଼ିଶାର ପ୍ରତିଷ୍ଠାତା କବି ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।