ଏଲ୍‌ଆଇସିର ନୂତନ ଜୋନାଲ୍‌ ଅଫିସ ଓ ବାଲେଶ୍ୱରରେ ଡିଭିଜନ୍‌ ଅଫିସ ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର : ଭୁବନେଶ୍ୱରରେ ଭାରତୀୟ ଜୀବନ ବୀମାର ନୂଆ ଜୋନାଲ୍‌ ଅଫିସ ଓ ବାଲେଶ୍ୱରରେ ନୂଆ ଡିଭିଜନ୍‌ ଅଫିସ ଖୋଲିବା ନେଇ ଏନ୍‌ଓଡିଏଲ୍‌ଏ ପକ୍ଷରୁ ଆଜି ଏକ ଦାବିପତ୍ର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ପ୍ରଦାନ କରାଯାଇଛି। ଏନ୍‌ଓଡିଏଲ୍‌ଏର ଅଧ୍ୟକ୍ଷ ଜନ୍ମେଜୟ ରାୟ ଓ ଆବାହକ ଉମେଶ ଚନ୍ଦ୍ର ବେହେରା ରାଜ୍ୟ ସଚିବାଳୟରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରେ ଏଲ୍‌ଆଇସିର ଏକ ନୂଆ ଜୋନାଲ୍‌ ଅଫିସ ଓ ବାଲେଶ୍ୱରଠାରେ ନୂଆ ଡିଭିଜନ୍‌ ଅଫିସ ପ୍ରତିଷ୍ଠା ପାଇଁ ସଂଘ ପକ୍ଷରୁ ବହୁଦିନରୁ ଦାବି ହୋଇ ଆସୁଛି।

ସମ୍ବନ୍ଧିତ ଖବର