‘ଭଗବାନଙ୍କୁ ଚିଠି’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟିକ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କ ରଚିତ ‘ଭଗବାନଙ୍କୁ ଚିଠି’ ପୁସ୍ତକ ଆଜି ଭୁବନେଶ୍ୱର ଆର୍ଯ୍ୟସମାଜର ମହର୍ଷି ଦୟାନନ୍ଦ ସ୍ମାରକ ଯଜ୍ଞ ମଣ୍ଡପଠାରେ ଉନ୍ମୋଚିତ ହୋଇଛି। ବେଦ ବିଶେଷଜ୍ଞ ପ୍ରିୟବ୍ରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସଭାରେ ଆଚାର୍ଯ୍ୟ ସୁଦର୍ଶନଜୀ ପୁସ୍ତକ ଉନ୍ମୋଚନ କରି କହିଲେ, ପ୍ରାଚୀନ କାଳରେ ବୈଦିକ ସାହିତ୍ୟ ଯଜ୍ଞ ମଣ୍ଡପରେ ଉନ୍ମୋଚିତ ହେଉଥିଲା। ଏହି ପରମ୍ପରାର ପୁନରୁଦ୍ଧାର ହେବା ଆବଶ୍ୟକ। ସଭାପତି ଶ୍ରୀ ଦାସ କହିଲେ, ପୂର୍ବରୁ ଲେଖକଙ୍କ ରଚିତ ‘ମନୁର୍ଭବ’ ପୁସ୍ତକ ପାଠକଙ୍କ ଦ୍ୱାରା ବେଶ୍‌ ଆଦୃତ୍ତ ହୋଇଥିଲା। ପାଠକମାନେ ସନାତନ ତତ୍ତ୍ୱଗୁଡ଼ିକୁ ଯୁଗୋପଯୋଗୀ ଭାଷାରେ ପଢ଼ିବାକୁ ଚାହାନ୍ତି। କାର୍ଯ୍ୟକ୍ରମରେ ଅନେକ ବେଦପ୍ରେମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର