ପୁରୁଣା ଭୁବନେଶ୍ୱର : ସାମ୍ବାଦିକମାନେ ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି। ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯାଉନାହିଁ। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରୋଶମୂଳକ ଆକ୍ରମଣ ହେଉଛି। ଗଣମାଧ୍ୟମର କଣ୍ଠରୋଧ କରାଯିବାର ପ୍ରୟାସ ହେଉଛି। ଏନେଇ ରାଜ୍ୟ ସରକାର ଯତ୍ନବାନ ହେବା ସହ ସମ୍ବାଦିକଙ୍କ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା ଆଇନ ଲାଗୁ କରିବା ଜରୁରି ହୋଇପଡ଼ିଛି। ଏହି ଦାବିପତ୍ର ପ୍ରଦାନ ବେଳେ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ, ସଭ୍ୟ ସଂଗ୍ରାମ କିଶୋର ସାହୁ, ମୃତ୍ୟୁଞ୍ଜୟ ମହାନ୍ତି, ଉମାକାନ୍ତ ମିଶ୍ର, ସୁଲତା ସାହାଣି, ସଞ୍ଜୁ ଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ରାଜ୍ୟପାଳଙ୍କୁ ପତ୍ର
/sambad/media/post_attachments/wp-content/uploads/2019/06/ganeshi-lal-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)