ଭୁବନେଶ୍ବର: ଭାରତୀୟ ଜୀବନ ବୀମା (ଏଲ୍‌ଆଇସି)ର ଗୋଲ୍‌ଡେନ୍‌ ଜୁବୁଲି ଫାଉଣ୍ଡେସନ୍‌ ପକ୍ଷରୁ ପଟିଆସ୍ଥିତ କିସ୍‌ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କିସ୍‌ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ଏଲ୍‌ଆଇସି ପକ୍ଷରୁ ଏକ ସ୍କୁଲ ବସ୍‌ ପ୍ରଦାନ କରାଯାଇଛି। ଏଲ୍‌ଆଇସିର ପୂର୍ବ-ମଧ୍ୟ କ୍ଷେତ୍ରର ଜୋନାଲ ମ୍ୟାନେଜର୍‌ ମହେନ୍ଦ୍ର କୁମାର ଏଥିରେ ଉପସ୍ଥିତ ରହି କିସ୍‌ର ପ୍ରଭାରୀମାନଙ୍କୁ ଏହା ହସ୍ତାନ୍ତର କରିଥିଲେ। ଏହି ଅବସରରେ ଏଲ୍‌ଆଇସିର ଆଞ୍ଚଳିକ ମ୍ୟାନେଜର୍‌ ଆର୍‌.ପି ଗୁପ୍ତା, ଭୁବନେଶ୍ବର ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଅକ୍ଷୟ କୁମାର ସାହୁ, ବିପଣନ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ଓ ବିକ୍ରୟ ପ୍ରବନ୍ଧକ ଆଶୋକ କୁମାର ରାୟ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। କିସ୍‌ର ସିଇଓ ପ୍ରଶାନ୍ତ ରାଉତ ଓ ସଚିବ ଆର୍‌.ଏନ୍‌ ଦାଶ ପ୍ରମୁଖ ଏଲ୍‌ଆଇସିର ଏହିଭଳି ସାମାଜିକ ହିତୋପଯୋଗୀ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ।

Advertisment