ବାତ୍ୟା ବିପନ୍ନଙ୍କୁ ଏଲ୍‌ଆଇସିର ସହାୟତା

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଳୟ ପରେ ବାତ୍ୟା ଦୁର୍ଗତମାନଙ୍କୁ ସହାୟତା ଲାଗି ଆଗେଇ ଆସିଛି ଭାରତୀୟ ବୀମା ନିଗମ(ଏଲ୍‌ଆଇସି)। ସର୍ବାଧିକ ବାତ୍ୟା ପ୍ରପୀଡ଼ିତ ପୁରୀ ସହର ଉପକଣ୍ଠସ୍ଥିତ ପେଣ୍ଠକଟା, ନରସିଂହପାଟଣା, ଭିକାରୀପଡ଼ା, କଣ୍ଟାଶିଳା ଓ ଜଗନ୍ନାଥପାଟଣା ଅଞ୍ଚଳରେ ପୀଡ଼ିତମାନଙ୍କୁ ଗତ ସପ୍ତାହରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ୩ ହଜାରରୁ ଊର୍ଧ୍ୱ କ୍ଷତିଗ୍ରସ୍ତ ଏହାଦ୍ୱାରା ଉପକୃତ ହୋଇଛନ୍ତି। ପୁରୀ ଏଲ୍‌ଆଇସି ଶାଖାର ପରିଚାଳକ ଧରଣୀଧର ମଲ୍ଲିକଙ୍କ ନେତୃତ୍ୱ‌ରେ ଅନ୍ୟ ଅଧିକାରୀ, ଅଭିକର୍ତ୍ତା ଓ କର୍ମଚାରୀମାନେ ଏହି ସହାୟତା କାର୍ଯ୍ୟରେ ସାମିଲ ହୋଇଥିଲେ। ଏଲ୍‌ଆଇସିର ଏହିପରି ସାମାଜିକ ଦାୟିତ୍ୱ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଭୁବନେଶ୍ୱର ମଣ୍ଡଳର ବିପଣନ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାସହ ବାତ୍ୟାରେ ଯଦି କେହି ପଲିସିଧାରୀଙ୍କ ଦେହାନ୍ତ ହୋଇଥାଏ, ସେମାନଙ୍କର ନିକଟ ସଂପର୍କୀୟ ପୁରୀ ଶାଖା କାର୍ଯ୍ୟାଳୟ ବା ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ସହ ତୁରନ୍ତ ଯୋଗଯୋଗ କରିବାକୁ ଶ୍ରୀ ରଥ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର