୧୯୭୭ ମସିହା ଜାନୁଆରି ୧୪ ତାରିଖରେ ମୋ’ର ପ୍ରଥମ ଫିଲ୍ମ ‘ଚିଲିକା ତୀରେ’ ନିର୍ମାଣ ଆରମ୍ଭ ହୋଇଥିଲା। ସେତେବେଳେ ମୁଁ ସଙ୍ଗୀତ ମହାବିଦ୍ୟାଳୟରେ ମୁଖ୍ୟ ଅଧ୍ୟାପକ ଥାଏ। ତେଣୁ କୌଣସି କାମରେ ଦିଲ୍ଲୀ ଯାଇଥିଲି। ସେଠାରୁ ଫେରି ଗୀତିକାର ମୁନା ଭାଇଙ୍କ ସହ ଦେଖା କଲି। ସେ କହିଲେ ଜଣେ ନିର୍ଦ୍ଦେଶକ ତତେ ନେଇ ଫିଲ୍ମ କରିବେ। ଏକଥା ଶୁଣି ମନରେ ଛନକା ପଶିଗଲା। ଭାବିଲି ମୁଁ ପୁଣି ଫିଲ୍ମ। ସେତେବେଳେ ବିପ୍ଲବ ରାୟ ଚୌଧୁରୀ କୋଲକାତାରୁ ଆସି ମତେ ବାଲୁଗାଁକୁ ନେଇ ଫିଲ୍ମ ତିଆରି କଲେ। କାଳିଜାଈ ମନ୍ଦିରରେ ପ୍ରଥମେ କ୍ୟାମେରାକୁ ସାମ୍ନା କଲି। ଅଢ଼େଇରୁ ୩ମାସ ଭିତରେ ଚିଲିକା ନିକଟରେ ରହି ଚଳଚ୍ଚିତ୍ର ନିର୍ମାଣ କଲୁ। ପ୍ରବଳ ଖରା ସହ ଦିନ ସାରା ଡ଼ଙ୍ଗା ଉପରେ; ଯେତିକି କଷ୍ଟଦାୟକ, ସେତିକି ରୋମାଞ୍ଚକର ଥିଲା। ସେଠି କେଉଟ ବସ୍ତିରେ ରହି, ତାଙ୍କ ଥାଳିରେ ଖାଉଥିଲି। ତାଙ୍କ ସାଙ୍ଗରେ ରହି ତାଙ୍କ ପରି ହେବାକୁ ଚେଷ୍ଟା କରି ସଫଳ ହୋଇଥିଲି। ଶେଷରେ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଲା। ଆଉ ମତେ ପରିଚୟ ବି...
କେଉଟ ବସ୍ତିରେ ରହି କେଉଟଙ୍କ ପରି ବଞ୍ଚୁଥିଲି
ମୁଁ ଓ ସୁଟିଂ ସେଟ୍ : ବିଜୟ ମହାନ୍ତି
/sambad/media/post_attachments/wp-content/uploads/2018/07/bijaya-mohanty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)