ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ମିଳନୀ’ର ବାର୍ଷିକ ଉତ୍ସବ ତଥା ରଜ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାର ସାମଗ୍ରିକ ଜୀବନକୁ ଭଦ୍ରକର ଅବଦାନ ଅନସ୍ୱୀକାର୍ଯ୍ୟ। ରାଜନୀତି, ସାହିତ୍ୟ ଓ ସଂସ୍କୃତି ସବୁ କ୍ଷେତ୍ରରେ ଭଦ୍ରକର ପଦଚିହ୍ନ ଚିରଦିନ ଅମଳିନ ରହିବ ବୋଲି ସେ କହିଥିଲେ। ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ କହିଲେ, ଜୀବନଚର୍ଯ୍ୟା ହିଁ ଆମର ସଂସ୍କୃତି। ବିଶ୍ୱରେ ଓଡ଼ିଶା ଏମିତି ରାଜ୍ୟ, ଯେଉଁଠି ସ୍ୱୟଂ ବିଷ୍ଣୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରାଦ୍ଧ ବାଢ଼ିଦେଇଥାଆନ୍ତି। ଏହାର କାରଣ ଶ୍ରୀମନ୍ଦିର ନିର୍ମାଣ ପରେ ଯେବେ ଏହି ଶ୍ରେୟ ଲାଗି ଶ୍ରୀଜଗନ୍ନାଥ ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ମାଗିବାକୁ କହିଲେ, ତାହାର ଉତ୍ତରରେ ତାଙ୍କୁ ନିର୍ବଂଶ କରନ୍ତୁ ବୋଲି ସେ ବର ମାଗିଥିଲେ। ସାଂସଦ ଭର୍ତୃହରି ମହତାବ ବକ୍ତବ୍ୟ ରଖିଥିବା ବେଳେ ‘ମିଳନୀ’କୁ ଆସନ୍ତାବର୍ଷ ୫୦ ବର୍ଷ ପୂରୁଥିବା ବେଳେ ଏହାର କାର୍ଯ୍ୟାଳୟ ପାଇଁ ଛୋଟ ଜାଗା ଯୋଗାଇ ଦେବାକୁ ସଭାପତି ଯୁଗଳ କିଶୋର ପଟ୍ଟନାୟକ ସରକାରଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ର, ସମାଜସେବୀ ମହମ୍ମଦ ଅବଦୁଲ ବାରୀ, ସାହିତ୍ୟିକ ଜୟକୃଷ୍ଣ ସାମଲ, ସାହିତ୍ୟିକା ଡ.ଲାବଣ୍ୟ ନାୟକ ଏବଂ ଶିକ୍ଷକ ଅଚ୍ୟୁତାନନ୍ଦ ସାମଲଙ୍କ ଭଳି ଭଦ୍ରକ ଜିଲ୍ଲାର ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ‘ମିଳନୀ’ର ସ୍ମରଣିକା ଅତିଥିମାନେ ଉନ୍ମୋଚନ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଦାସ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଦିଗମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପ୍ରଫେସର ଜଗନ୍ନାଥ କୁଅଁରଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଜୀବନଚର୍ଯ୍ୟା ହିଁ ଆମ ସଂସ୍କୃତି
‘ମିଳନୀ’ର ରଜ ଉତ୍ସବ
/sambad/media/post_attachments/wp-content/uploads/2018/06/m2-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)