ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରୁ ଟ୍ରେନ୍ରେ ଆସୁଥିବା ଲୋକଙ୍କ ପାଇଁ ଭୁବନେଶ୍ବର ଆରମ୍ଭ ହୁଏ ମାଷ୍ଟରକ୍ୟାଣ୍ଟିନରୁ। ଏହି ଛକରୁ ହିଁ ସେମାନେ ଭୁବନେଶ୍ୱର କେମିତିକା ଠଉରାଇ ନିଅନ୍ତି। ଖୋଳାତଡ଼ା ହୋଇ ପଡ଼ିଥିବା ଏହି ଅଞ୍ଚଳରେ ଏବେ ରାତି ଦିନ ହାଇମାଷ୍ଟ ଲାଇଟ୍ ଜଳୁଛି।
/sambad/media/post_attachments/wp-content/uploads/2020/11/Light.jpg-f-300x193.jpg)
ସ୍ମାର୍ଟ ସିଟିର ସବୁଠୁ ଗୁରୁତ୍ବପୂର୍ଣ୍ଣ ଜାଗାରେ ୨୪ଘଣ୍ଟା ହାଇମାଷ୍ଟ ଲାଇଟ୍ ଜଳୁଥିଲେ ବି ଏହା କାହା ନଜରରେ ପଡ଼ୁନି। ସବୁଠୁ ବିଡ଼ମ୍ବନାର ବିଷୟ ହେଲା ଏହି ହାଇମାଷ୍ଟ ଲାଇଟ୍ଟି ପ୍ରାୟ ମାସାଧିକ କାଳ ଖରାପ ହୋଇ ପଡ଼ିଥିଲା। ମାଷ୍ଟରକ୍ୟାଣ୍ଟିନ ଅନ୍ଧାରରେ ଥିଲା। ଏହାପରେ ବିଏମ୍ସି କର୍ତ୍ତୃପକ୍ଷ ସଜାଡ଼ିଲେ। କିନ୍ତୁ ଏମିତି ସଜାଡ଼ିଦେଲେ ଯେ, ଲାଇଟ୍ ଆଉ ଲିଭୁନି। ଗତ ୮ଦିନ ହେଲା ଦିନରାତି ୨୪ଘଣ୍ଟା ଲାଇଟ୍ ଜଳୁଛି। ଏନେଇ କିଛି ଲୋକ ବିଏମ୍ସିରେ ଅଭିଯୋଗ କରିଥିଲେ ବି କେହି ଏହାକୁ ସଜାଡ଼ୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Light-1.jpg)