ଯାଁଳାରେ ଅଘୋଷିତ ବିଦ୍ୟୁତ୍ କାଟ

ଖଣ୍ଡଗିରି: ପ୍ରାୟ ସପ୍ତାହେ ହେଲା ଯାଁଳା ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଚାଲିଛି। ଏହାକୁ ନେଇ ସେଠାରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଦୈନିକ ୩/୪ ଥର ବିଦ୍ୟୁତ୍ କାଟ ହେଉଥିବା ବେଳେ ସେସୁ ବିଭାଗ ପକ୍ଷରୁ ଏ ବାବଦରେ କୌଣସି ପ୍ରାକ୍‌ ସୂଚନା ଦିଆଯାଉନଥିବାରୁ ଉପଭୋକ୍ତାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ସକାଳେ ଓ ସଂଧ୍ୟାରେ ବିଦ୍ୟୁତ୍ କାଟ ହେଉଛି। ସେଥିରେ ପୁଣି ନିର୍ଦିଷ୍ଟ ସମୟ ଅବଧି ନାହିଁ। ବିଳମ୍ବିତ ରାତିରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲାଇନ୍‌ କଟାଯାଉଥିବାରୁ ଲୋକେ ଗରମରେ ସନ୍ତୁଳି ହେଉଛନ୍ତି। ତେବେ ଅଭିଯୋଗ କଲେ ସ୍ଥାନୀୟ ବିଭାଗୀୟ କର୍ମଚାରୀମାନେ ଖୋର୍ଧା ଗ୍ରୀଡ୍‌ରୁ କଟୁଛି ବୋଲି କହି ଦୋଷ ଖସାଇ ଦେଉଛନ୍ତି। ଏନେଇ ଖୋର୍ଧା ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସେ ଫୋନ୍ ଉଠାଉ ନାହାନ୍ତି। ତେବେ ବିଦ୍ୟୁତ୍‌ ବିଭାଗର ଏପରି ବେପରୁଆ ତଥା ଖାମଖିଆଲି ମନୋଭାବ ଯୋଗୁଁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଥାଶୀଘ୍ର ସମସ୍ୟାର ସମାଧାନ ନ ହେଲେ ସ୍ଥାନୀୟ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର