ପୁରୁଣା ଭୁବନେଶ୍ୱର: ସୁନ୍ଦରପଦା, ବୋତଣ୍ଡା, ପୋଖରୀପୁଟ, କପିଳେଶ୍ୱରରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏ ସଂପର୍କରେ ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହାର ଶୀଘ୍ର ପ୍ରତିକାର କରାନଗଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରପଦା, ବୋତଣ୍ଡା, ପୋଖରୀପୁଟ୍ ଅଞ୍ଚଳରେ ଦିନକୁ ଦିନ ଜନବସତି ବଢ଼ିବାରେ ଲାଗିଛି। ତଦନୁଯାୟୀ ବିଦ୍ୟୁତ୍ର ଚାହିଦା ବୃଦ୍ଧି ପାଇଥିଲେ ହେଁ ଏହାକୁ ପୂରଣ କରିବାରେ ବିଦ୍ୟୁତ୍ ବିଭାଗ ଫେଲ୍ ମାରିଛି। ଆବଶ୍ୟକ ଟ୍ରାନ୍ସଫର୍ମର୍ ବସି ନ ଥିବାରୁ ଲୋ-ଭୋଲଟେଜ୍ ସମସ୍ୟା ମଧ୍ୟ ଦେଖାଦେଉଛି। ଅସହ୍ୟ ଗରମ ସହ ବିଦ୍ୟୁତ୍କାଟ ଫଳରେ ଛୋଟ ପିଲା, ବୃଦ୍ଧ/ବୃଦ୍ଧା ଓ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ସେହିପରି ଶିକ୍ଷାର୍ଥୀମାନେ ମଧ୍ୟ ପାଠ ପଢ଼ିବାରେ ସମସ୍ୟା ହେଉଛି। ଶୀଘ୍ର ଏହାର ପ୍ରତିକାର କରାନଗଲେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସ୍ଥାନୀୟ ଅଧିବାସୀ ବିଷ୍ଣୁ ପ୍ରସାଦ ନନ୍ଦ ଚେତାବନୀ ଦେଇଛନ୍ତି।
ଅଘୋଷିତ ବିଦ୍ୟୁତ୍ କାଟ, ଲୋକ ଛଟପଟ
/sambad/media/post_attachments/wp-content/uploads/2018/06/Electric-Pole.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)