ଭୁବନେଶ୍ବର: ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍ପିଟାଲ୍‌ର ପଞ୍ଜୀକରଣ କେନ୍ଦ୍ର ବାହାରେ ସକାଳ ୭ ରୁ ଲମ୍ବା ଧାଡ଼ି ଲାଗିଛି । ଖରା ପାଇଁ ସ୍କୁଲ କଲେଜ ସରକାର ସକାଳୁଆ କରିବାକୁ ଘୋଷଣା କରିଛନ୍ତି ମାତ୍ର ରୋଗୀମାନେ ଖରାରେ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି ବୋଲି ଅଭିଯୋଗ ହେଉଛି। ପଞ୍ଜୀକରଣ କେନ୍ଦ୍ରକୁ ୭ଟା ପୂର୍ବରୁ କାହିଁକି ଖୋଲାଯାଉନି ବୋଲି  ଅଭିଯୋଗ ଆଣିଛନ୍ତି ରୋଗୀ ଓ ପରିବାର ଲୋକ।

Advertisment

ଦିନ ୮.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ପାର୍‌ ହେଉଛି। ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳିରେ ଧାଡ଼ିରେ ଠିଆ ହେବା ବଡ଼ କଷ୍ଟ ହେଉଛି। ସବୁ ଆଡ଼େ ଖରାକୁ ଦେଖି ପଦକ୍ଷେପ ନିଆଯାଉଛି ତେବେ ରୋଗୀଙ୍କ ପାଇଁ ମଧ୍ୟ ନିଆଯାଉ ବୋଲି ରୋଗୀମାନେ ଦାବି କରିଛନ୍ତି। ସୂଚନା ରହିଛି ଯେ ପଞ୍ଜୀକରଣ କେନ୍ଦ୍ର ସକାଳ ୮.୩୦ ପରେ ଖୋଲାଯାଉଛି।