ରୁକୁଣା ରଥଯାତ୍ରା: ମାଉସୀ ମା’ ମନ୍ଦିର ଅଭିମୁଖେ ଗଡ଼ିଲା ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରଥ

ଭୁବନେଶ୍ୱର: ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥ ରବିବାର ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଛି। ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁ ହରିବୋଲ-ହୁଳହୁଳି ଦେଇ ମହାପ୍ରଭୁଙ୍କୁ ଉଲ୍ଲାସର ସହିତ ଟାଣି ନେଉଛନ୍ତି। ରଥଟଣା କାର୍ଯ୍ୟ ୫ଟା ୩୦ରେ ଆରମ୍ଭ କରାଯାଇ ଥିଲା। ପୂର୍ବରୁ ରୁକୁଣା ରଥ ୪ଟାରେ ଟଣା ଯିବ ବୋଲି ସମୟ ନିର୍ଦ୍ଧାରଣ ହୋଇଥିଲା। ପ୍ରାୟ ୨୦ ମିନିଟ ଯାଏଁ ରଥ ଗୋଟିଏ ମିଟର ହେଲେ ଆଗକୁ ଗଡ଼ି ନଥିଲା।

ଅଷ୍ଟମୀ ତିଥିରେ ହେଉଥିବା ଏହି ଯାତ୍ରା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ସେହିପରି ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ମୁତୟନ ହୋଇଛନ୍ତି।

Photo by Bibhuti

ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଆଜି ଭୋର ୫ଟାରୁ ସାହାଣମେଲା ଦର୍ଶନ କରଯାଇଥିଲା। ଏହା ପରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିସ୍କାର ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି ନୀତି କରାଯାଇଥିଲା।

ଅପରାହ୍ଣ ୧ଟାରେ ଶ୍ରୀଜିଉଙ୍କୁ ପହଣ୍ଡି ବିଜେ କରାଯିବା ପରେ ରଥାରୁଢ଼ କରାଯାଇଛି। ରଥରେ ପୂଜା ପରେ ରଥଟଣା ଆରମ୍ଭ ହୋଇଛି। ରଥଟଣାରେ ହଜାର ହଜାର ଦର୍ଶକ, ଶ୍ରଦ୍ଦାଳୁ ଓ ଭକ୍ତମାନେ ସାମିଲ ହୋଇଛନ୍ତି। ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ମହାପ୍ରଭୁଙ୍କ ରଥ ମାଉସୀ ମା’ ମନ୍ଦିର ସମ୍ମୁଖରେ ପହଂଚିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର