ଲିଙ୍ଗରାଜ କପ୍‌ ଜିତିଲା ‌ଡେଷ୍ଟ୍ରଏଡ୍‌ ଫୁଟ୍‌ବଲ୍‌ କ୍ଲବ୍‌

ଭୁବନେଶ୍ବର: କ୍ଲବ୍‌ ଲିଙ୍ଗରାଜ ଆନୁକୂଲ୍ୟରେ ବିଏମ୍‌ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଲିଙ୍ଗରାଜ କ୍ଲବ୍‌ ଫୁଟ୍‌ବଲ୍‌ ପ୍ରତ‌ିଯୋଗିତାରେ ଡେଷ୍ଟ୍ରଏଡ୍‌ କ୍ଲବ୍‌ ବିଜେତା ହୋଇଛି। ବୁଧବାର ଫାଇନାଲ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ରୢାନ୍‌ମ ଫୁଟ୍‌ବଲ୍‌ କ୍ଲବ୍‌କୁ ହରାଇଥିଲା। ଏହି ୨ ଦିନିଆ ପ୍ରତିଯୋଗିତାରେ ୧୬ ଦଳ ଅଂଶଗ୍ରହଣ କରିଥିଲେ।

ମ୍ୟାଚ୍‌ଗୁଡ଼ିକୁ ପ୍ରଫୁଲ୍ଲ କୁମାର ବେହେରା, ସେଖୱାତ ଖାନ ଓ ଅଶୋକ କହଁର ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ କର୍ପୋରେଟର ଶିବପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ଆୟୋଜକ କ୍ଲବ୍‌ର ସମ୍ପାଦକ ଅଜୟ କୁମାର ଦାଶ, ଦାଶରଥୀ ଗରାବଡ଼ୁ ଓ ପ୍ରଶାନ୍ତ ପ୍ରହରାଜ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର