ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ନୃତ୍ୟରେ ବିମୋହିତ କରିଥିଲେ ବିଭିନ୍ନ କଳାକାର। ପ୍ରଥମେ ଗୁରୁ ପ୍ରତିଭା ପଣ୍ଡାଙ୍କ ଓ ଦଳଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ପରେ ଇଷ୍ଟର୍ଣ୍ଣ ଜୋନ୍‌ କଲଚରାଲ୍‌ ସେଣ୍ଟର ପକ୍ଷରୁ ବିହାରର ସାକର କଳାକ୍ରିତି ପକ୍ଷରୁ ଲୋକନୃତ୍ୟ ଏବଂ ରିତେଶ ବାବୁ ଓ ଦଳଙ୍କ ଦ୍ୱାରା ଭିଲାଇ ଡ୍ରାମା ଓ ନୃତ୍ୟ ପରିବେଷଣ ହୋଇଥିଲା। ମଣିପୁର ନୃତ୍ୟ ପରିବେଷଣ କରିଥିଲେ ଶାନ୍ତି ନିକେତନ କଳାକାରମାନେ। ଶୁଭଶ୍ରୀ କଳା ନିକେତନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, କଟକ ନୃତ୍ୟମ୍‌ ଅନୁଷ୍ଠାନ ପକ୍ଷରୁ କ୍ରିଏଟିଭ୍‌ ନୃତ୍ୟ ପରିବେଷିତ ହୋଇଥିଲା।

Advertisment

କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା ଗୁରୁ ଗଜେନ୍ଦ୍ର ପଣ୍ଡା ଓ ପ୍ରତିଭା ପଣ୍ଡାଙ୍କ ନିର୍ଦ୍ଦେଶନାରେ ବାସୁଦେବ ନାଥ ସଂଯୋଜନା କରିଥିଲେ। ଏଥିରେ ଅତିଥି ଭାବେ ପଦ୍ମଶ୍ରୀ ପ୍ରଭାକର ମହାରଣା, ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ‘ସମାଜ’ର ଭୁବନେଶ୍ୱର ମୁଖ୍ୟ ଗୋପୀନାଥ ବାରିକ, ହାସ୍ୟ ଅଭିନେତା ହରିହର ମିହାପାତ୍ର, ପିପିଏଲ୍‌ କର୍ପୋରେଟ ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର, ରଶ୍ମି ମହାପାତ୍ର, ଦୁର୍ଗା ସାମନ୍ତରାୟ, ବିରଞ୍ଚି ନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ବନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।