ପୁରୁଣା ଭୁବନେଶ୍ୱର : ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଛ’ ଦିନିଆ ଲିଙ୍ଗରାଜ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଛି।
ଏହି ଅବସରରେ ପ୍ରଥମେ କଟକ କଳା ବିକାଶ କେନ୍ଦ୍ର ପକ୍ଷରୁ ଶିବ ତାଣ୍ଡବ ପରିବେଷଣ କରାଯାଇଥିଲା। ପରେ କୋଲକତା ନୈତ୍ରେଶ୍ୱର କଲ୍ଚରାଲ ସେଣ୍ଟର୍ ପକ୍ଷରୁ ପୁଷ୍ପିତା ମୁଖାର୍ଜୀ ଓ ତାଙ୍କ ଦଳ ଦ୍ଵାରା ଗଣେଶ ତାଣ୍ଡବ, ଶିବ ତାଣ୍ଡବ ଓ ଅଷ୍ଟପଦୀ ପରିବେଷଣ କରାଯାଇଥିଲା। ପରେ କେନ୍ଦୁଝର ବୀଣାପାଣି କଳା ନିକେତନର କଳାକାରମାନେ ନୃତ୍ୟନାଟିକା କୋଣାର୍କ ପରିବେଷଣ କରିଥିଲେ। ପରେ ଇଜେଡ୍ସିସି ପକ୍ଷରୁ ପୁରୁଲିଆ ଛଉ ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ଦଳ ଦ୍ଵାରା ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ ପୁରୁଲିଆ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ବାସୁଦେବ ନାଥ ସଂଯୋଜନା କରିଥିଲେ।
ଉତ୍ସବରେ ଅତିଥି ଭାବେ ରବୀନ୍ଦ୍ର ଭାରତୀର ମୁଖ୍ୟ ପୁଷ୍ପିତା ମୁଖାର୍ଜୀ ଓ ଓଡ଼ିଶୀ ଗୁରୁ ଗଜେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ, ସମ୍ପାଦକ ସନତ ମିଶ୍ର ଓ ସଭ୍ୟମାନେ ଏହାକୁ ପରିଚାଳନା କରିଥିଲେ। ଶେଷରେ ଚକ୍ରଧର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।
ହାଟ ମଣ୍ଡପରେ ଶ୍ରୀଲିଙ୍ଗରାଜାୟନ
ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ହାଟ ମଣ୍ଡପଠାରେ ଶ୍ରୀଲିଙ୍ଗରାଜାୟନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମି, ଓଡ଼ିଶା ନାଟକ ଏକାଡେମିର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକମ୍ରରେ ପ୍ରଥମେ ପିପିଲିର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଦ୍ଵାରା ପ୍ରବଚନ ପରିବେଷିତ ହୋଇଥିଲା। ପରେ ରଙ୍ଗମ ଅନୁଷ୍ଠାନ ପକ୍ଷରୁ ଗୁରୁ ନୀଳାମ୍ବର ପ୍ରଧାନ ଓ ଚିନ୍ମୟୀ ମହାନ୍ତିଙ୍କ ସଂଯୋଜନାରେ ଓଡ଼ିଶୀ ନୃତ୍ୟରେ ରୁଦ୍ରାଭିଷେକ, ଶିବ ତାଣ୍ଡବ, ମହିଷା ମର୍ଦ୍ଦିନୀ ଓ ଯୋଗ ଦର୍ଶନ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଅତିଥି ଭାବେ ପଣ୍ଡିତ ମାନଗୋବିନ୍ଦ ମହାସୁପକାର ଯୋଗ ଦେଇଥିଲେ। ଏହାକୁ ସଂଯୋଜନା କରିଥିଲେ ଅଭିନନ୍ଦନ ଦାସ।