ଲିଙ୍ଗରାଜ ହାଟକଡ଼ ପାଲଟିଛି ପରିସ୍ରାଗାର

ପୁରୁଣା ଭୁବନେଶ୍ବର : ଲିଙ୍ଗରାଜ ହାଟ ପାଖରେ ଥିବା ପରିସ୍ରାଗାରକୁ ଉଚ୍ଛେଦ କରାଯାଇଛି। ଏହା ନିକଟରେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏହାଛଡ଼ା ସଂପୃକ୍ତ ଅଞ୍ଚଳ ଅନ୍ଧାରିଆ ରହିଛି। ଫଳରେ ଏହି ଅଞ୍ଚଳ ଏବେ ଅସ୍ଥାୟୀ ପରିସ୍ରାଗାର ପାଲଟିଛି। ହାଟକୁ ଆସୁଥିବା ଲୋକ ସେଠାରେ ଗାଡ଼ି ରଖୁଥିବା ବେଳେ ଅନ୍ଧାରିଆ ସ୍ଥାନ ଦେଖି ପରିସ୍ରା କରୁଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପରିସ୍ରାଗାର ଉଚ୍ଛେଦ କରିଥିବା ବେ‌ଳେ ଅସ୍ଥାୟୀ ପରିସ୍ରାଗାର କେବଳ ନୂଆ ଲିଙ୍ଗରାଜ ମାର୍କେଟ ନିକଟରେ କରାଯାଇଛି। ତେବେ ହାଟ ନିକଟରେ ପରିସ୍ରାଗାର ନଥିବାରୁ ଶ୍ରଦ୍ଧାଳୁ ଓ ସେବାୟତମାନେ ହଟହଟା ହେଉଛନ୍ତି। ଅନ୍ୟପଟେ ବାହାରେ ମଳତ୍ୟାଗ କଲେ ୨ଶହ ଓ ପରିସ୍ରା କଲେ ୧୫୦ ଟଙ୍କା ଜରିମାନା ଆଦାୟ କରାଯିବା ନେଇ ନିର୍ଦ୍ଦେଶାନାମା ଜାରି ହୋଇଥିବା ବେଳେ ଏଭଳି ଅବ୍ୟବସ୍ଥା କାହା ନଜରରେ ପଡ଼ୁ ନାହିଁ।

ସମ୍ବନ୍ଧିତ ଖବର