ସରିଲା ଲିଙ୍ଗରାଜ ମହୋତ୍ସବ

ପୁରୁଣା ଭୁବନେଶ୍ୱର: ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ରୁକୁଣା ରଥ ମହାଖଳାରେ ଲାଗିବା ପରେ କଳାକାରମାନେ ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ନୈବେଦ୍ୟ ପ୍ରଦର୍ଶନ କରିଥିଲେ। ସୁକନ୍ୟା ଭାରତୀୟ ସାସ୍କୃତିକ ଟ୍ରଷ୍ଟ ପକ୍ଷରୁ ପ୍ରେମାଞ୍ଜଳି ମିଶ୍ରଙ୍କ ପରିଚାଳନା ଓ ନିର୍ଦ୍ଦେଶନାରେ ଓଡ଼ିଶୀ ମଙ୍ଗଳା ଚରଣରେ ଶିବ ତାଣ୍ଡବ ପରିବେଷଣ କରିଥିଲେ। ପରେ କୁନି କୁନି କଳାକାରମାନେ ସମ୍ବଲପୁରୀ ଓ କ୍ରିଏଟିଭ୍ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜ୍ୟୋତି କଳାମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି କୋଲକାତାର ନୂପୁର ଅନୁଷ୍ଠାନ ପକ୍ଷରୁ ମଧ୍ୟ କ୍ରିଏଟିଭି ନୃତ୍ୟ ପରିବେଷଣ କରାଯାଇଥିଲା। ଇଜେଡ୍‌ସିସି ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ନିର୍ଦେଶକ ତଥା ଯୁଗ୍ମ ସଚିବ ଶୁଭେନ୍ଦୁ ନାୟକ, ଉପ ନିର୍ଦ୍ଦେଶକ ବିପିନ ବାରିକି, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଉତ୍କଳ ଷ୍ଟିଭେଡର୍ସ ଆସୋସିଏସନ୍‌ର ସଭାପତି ପ୍ରାଣକୃଷ୍ଣ ନାୟକ, ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଲିଙ୍ଗରାଜ ଥାନା ଅଧିକାରୀ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ, କ୍ଷେତ୍ରବାସୀ ନିଯୋଗ, ସମର୍ଥା ନିଯୋଗ, ମହାରଣା ସେବାୟତ ଗୋଷ୍ଠୀ, କମାର ଗୋଷ୍ଠୀ, ଅପାଟିଆ ସେବାୟତ ଗୋଷ୍ଠୀ ଓ ବିଭିନ୍ନ ସାମ୍ବାଦିକ ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଥିଲା। ମଂଚ ପରିଚାଳନା କରିଥିଲେ ବାସୁଦେବ ନାଥ ଓ ଡ. ଶ୍ରୀନିବାସ ଘଟୁଆରୀ। ଅନୁଷ୍ଠାନର କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଉପସଭାପତି ସଂଗ୍ରାମ ପାଇକରାୟ, ବାବନ ଚନ୍ଦ୍ର ମହାପାତ୍ର, କପିଳ ପଣ୍ଡା, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ତପନ ମହାସୁଆର, ଚକ୍ରଧର ବେହେରା, ପୃଥ୍ବୀକାନ୍ତ ମହାପାତ୍ର, ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର