ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଆୟୋଜିତ ଲିଙ୍ଗରାଜ ମହୋତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଆନନ୍ଦପୁର ବୀଣାପାଣି କଳା ନିକେତନ ଏବଂ ଶିଳ୍ପୀକାର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ପରେ କୋଲକାତାର ଏକ ନୃତ୍ୟାନୁଷ୍ଠାନ ପକ୍ଷରୁ କ୍ରିଏଟିଭ୍ ନୃତ୍ୟ, କଟକ କଳା ବିକାଶ କେନ୍ଦ୍ର ପକ୍ଷରୁ ସମ୍ବଲପୁରୀ ପରିବେଷଣ କରାଯାଇଥିଲା। ଇଜେଡ୍ସିସି ସହଯୋଗରେ ଆୟୋଜିତ ମହୋତ୍ସବର ଆଜିର ସନ୍ଧ୍ୟାରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା ଓ ଅନ୍ୟ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା। ସଭ୍ୟ ଲିଙ୍ଗରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବାସୁଦେବ ନାଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଲିଙ୍ଗରାଜ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା
/sambad/media/post_attachments/wp-content/uploads/2019/04/Untitled-20-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)