ପୁରୁଣା ଭୁବନେଶ୍ୱର : ବ୍ରିଟିସ ଅମଳର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଥାନାର ପୁରୁଣା ଗୃହକୁ ଆଜି ଭଙ୍ଗା ଯାଇଛି। ମନ୍ଦିର ଚାରିପଟ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ହେଉଥିବା ଯୋଜନା ଅନୁଯାୟୀ ଏଠାରୁ ଥାନା ହଟିବ। ତେବେ ନୂଆ ଥାନା କିଛି ଦିନ ପାଇଁ ଦକ୍ଷିଣ ଚଣ୍ଡୀ କଲ୍ୟାଣ ମଣ୍ଡପ ନିକଟକୁ ସ୍ଥାନାନ୍ତର ହେବା ପକ୍ରିୟା ଆରମ୍ଭ ହୋଇଥିବା ବେଳେ ପୁରୁଣା ଥାନା ଗୃହ ଆଜି ଭଙ୍ଗା ଯାଇଛି। ପ୍ରକଶ ଯେ, ରାଜଧାନୀର ସର୍ବପୁରାତନ ତଥା ପ୍ରଥମ ଭୁବନେଶ୍ବର ଥାନା ଭାବେ ଜଣାଶୁଣା ଲିଙ୍ଗରାଜ ଥାନା। ଏହି ଥାନା ଗୃହରେ ଥିବା କୋଠି, ବିଟ୍ରିସ ଟ୍ରେଜେରିକୁ ଭଙ୍ଗା ଯାଇଛି। ଅନ୍ୟ ପଟେ ଶୌଚାଳୟ କୋଠାର ଅବଶିଷ୍ଟ ଅଂଶକୁ ମଧ୍ୟ ଭଙ୍ଗା ଯାଇଛି। ବିଏମ୍ସି, ବିଡିଏ, ସାଧାରଶ ପ୍ରଶାସନ ଓ ମନ୍ଦିର ପ୍ରଶାସନ ମିଳିତ ଟିମ୍ ଦ୍ବାରା ଏହି ଭଙ୍ଗା କାର୍ଯ୍ୟ ଚାଲିଛି।
ପୁରୁଣା ଭୁବନେଶ୍ୱର : ବ୍ରିଟିସ ଅମଳର ଥାନା ଗୃହ ଭଙ୍ଗା ହେଲା
/sambad/media/post_attachments/wp-content/uploads/2019/12/lingaraj-ps.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)