ଦଉଡ଼ି ଛିଣ୍ଡିବାରୁ ଅଟକିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଦଉଡ଼ି ଛିଣ୍ଡିଛି। ମାଉସୀ ମା’ ମନ୍ଦିର ଅଭିମୁଖେ ଯାଉଥିବା ରଥର ଦଉଡ଼ି ଶନିବାର ବାରମ୍ବାର ଛିଣ୍ଡିବାରୁ ପ୍ରଶାସନ ପକ୍ଷରୁ ଶେଷରେ ରଥଟଣା କାମ ବନ୍ଦ କରି ଦିଆଯାଇଛି। ନୂଆ ଦଉଡ଼ି ଆସିଲେ ରବିବାର ପୁଣି ଥରେ ରଥ ଟଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ରୁକୁଣା ରଥଯାତ୍ରାରେ ବାରମ୍ବାର ବିଭ୍ରାଟ ଦେଖାଯାଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାୟ ଗୋଟିଏ ମିଟର ରଥ ଗଡ଼ିବା ପରେ ଦଉଡ଼ି ଛିଣ୍ଡ ଯାଇଥିଲା।

ଅଶୋକାଷ୍ଟମୀ ଅବସରରେ ପ୍ରତିବର୍ଷ ହୋଇ ଆସୁଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖାଯାଇଥାଏ। ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥାଏ। ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ଅବସରରେ ଆଜି ଅପରାହ୍ନରେ ରଥ ଛେରା ପହଁରା କରାଯାଇଥିଲା। ୨ଟା ୩୦ରେ ମହାପ୍ରଭୁଙ୍କୁ ବିରାଜମାନ କରାଯିବା ପରେ ରଥ ଟଣା ଯାଇଥିଲା।

ସମ୍ବନ୍ଧିତ ଖବର