ପୁରୁଣା ଭୁବନେଶ୍ବର : ଫନି ପ୍ରଭାବରେ ଠାକୁରଙ୍କୁ ମିଳୁନି ଫୁଲ, ବେଲପତ୍ର ଓ ତୁଳସୀ ପତ୍ର। ଭକ୍ତଙ୍କ ଦ୍ବାରା ବେଲପତ୍ର, ତୁଳସୀ ପତ୍ର ଓ ଫୁଲ ଶ୍ରୀଲିଙ୍ଗରାଜଙ୍କୁ ଲାଗି ହେଉଥିବା ବେଳେ ଏହାର ପରିମାଣ ବହୁଳ ଭାବରେ କମିଛି। ସେହିପରି ମନ୍ଦିର ନିକଟରେ ବଢ଼େଇବାଙ୍କ ଛକରୁ ତଳ ବଜାର ପର୍ଯ୍ୟନ୍ତ ସକାଳୁ ପ୍ରତିଦିନ ଫୁଲ, ବେଲପତ୍ର ଓ ତୁଳସୀ ବିକ୍ରି ପାଇଁ ବେପାରିଙ୍କ ଲମ୍ବା ଧାଡ଼ି ଆଉ ଆଗ ଭଳି ଦେଖିବାକୁ ମିଳୁନାହିଁ। ଏବେ ଫୁଲ ଆବଶ୍ୟକ ଅନୂଯାୟୀ ମିଳୁ ନଥିବାରୁ ପୂଜା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ବିଭିନ୍ନ ମନ୍ଦିର ନିକଟରେ ଫୁଲ ବିକ୍ରି ବହୁ ପରିମାଣରେ କମିଥିବା ଦେଖିବାକୁ ମିଳୁଛି। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଫୁଲ, ବେଲପତ୍ର ଓ ତୁଳସୀ ପତ୍ର ବିକ୍ରି କମିଥିବା ପରି ଏକାମ୍ର କ୍ଷେତ୍ରର ରାମେଶ୍ବର ପାଟଣା, କେଦାରଗୌରୀ ମନ୍ଦିର, ଡାକରା ବିଭୀଷଣେଶ୍ବର ମନ୍ଦିର ନିକଟରେ ମଧ୍ୟ ଫୁଲ ବିକ୍ରି କମିଛି। ସ୍ଥାନୀୟ ଫୁଲ ବ୍ୟବସାୟୀ ମିତେନ୍ଦ୍ର ସମର୍ଥା କୁହନ୍ତି ଫନି ଯୋଗୁଁ ଫୁଲ ଗଛ ପ୍ରାୟ ନଷ୍ଟ ହୋଇଛି। ବାହାରୁ ଆସୁଥିବା ଗେଣ୍ଡୁ ଫୁଲ ଏବେ ଚାହିଦା ମେଣ୍ଟାଉଛି। ବେଲ ଓ ତୁଳସୀ ଗଛ ବହୁଳ ପରିମାଣରେ ଭାଙ୍ଗି ଯାଇଥିବାରୁ ଏହା ମଧ୍ୟ କମ ପରିମାଣରେ ମିଳୁଛି।
ଶ୍ରୀଲିଙ୍ଗରାଜଙ୍କ ପାଇଁ ମିଳୁନି ବେଲପତ୍ର
/sambad/media/post_attachments/wp-content/uploads/2019/05/linga-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)