ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିଲା, ଅନୁଧ୍ୟାନ ହେଲା ମନ୍ଦିର ଦଧିନଉତି

ପୁରୁଣା ଭୁବନେଶ୍ବର : ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ମନ୍ଦିରରୁ ପାଣି ଗଳୁଛି। ଆଜି ଏଏସ୍ଆଇ ପକ୍ଷରୁ ମନ୍ଦିର ଅନୁଧ୍ୟାନ କରାଯାଇଛି। ଡ୍ରୋନ୍‌ ସାହାଯ୍ୟରେ ମନ୍ଦିରର ଦଧିନଉତି ଭିଡିଓ ପ୍ରସ୍ତୁତ ହୋଇଛି। ଏହା ମନ୍ଦିରର ଦୁର୍ବଳ ସ୍ଥିତିକୁ ସ୍ପଷ୍ଟ କରିବାରେ ସହାୟକ ହେବ ବୋଲି ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ଦଧିନଉତିରେ ଫାଟ ଥିବା ବେଳେ ବିଭିନ୍ନ ପାର୍ଶ୍ବମନ୍ଦିରରେ ପାଣି ଗଳୁଥିବା ନେଇ ଦେବୋତ୍ତର କମିସନର ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଥିଲେ। ମନ୍ଦିର ଅନୁଧ୍ୟାନ ସହ ରକ୍ଷଣାବେକ୍ଷଣ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଥିଲେ। ଫଳସ୍ବରୂପ ଆଜି ଏଏସ୍ଆଇ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ମୁଖ୍ୟ ମନ୍ଦିର ସମେତ ବେଢ଼ାରେ ଥିବା ପାର୍ବତୀ ମନ୍ଦିର, ବିଶ୍ୱକର୍ମା ମନ୍ଦିର, ଗଣେଷ ମନ୍ଦିର, ମା’ ପାର୍ବତୀ ମନ୍ଦିର, ଭୁବନେଶ୍ୱରୀ ମନ୍ଦିରକୁ ଅନୁଧ୍ୟ‌ାନ କରାଯାଇଛି। ଏ ସମ୍ପର୍କରେ ଏଏସ୍ଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ ଦିଲ୍ଲୀପ ମହାପାତ୍ର କହିଛନ୍ତି, ଡ୍ରୋନ୍ ଭିଡିଓର ଆସନ୍ତାକାଲି ସମୀକ୍ଷା କରାଯିବ।

ସମ୍ବନ୍ଧିତ ଖବର