ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଦଧିନଉତିରେ ଫାଟ ନାହିଁ, କିନ୍ତୁ ମନ୍ଦିର ଦୁର୍ବଳ

ପୁରୁଣା ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଦଧିନଉତିରେ ଫାଟ ନାହିଁ। ଗତକାଲି ମନ୍ଦିର ଉପରେ ଉଡ଼ା ଯାଇଥିବା ଡ୍ରୋନ୍‌ ଭିଡିଓର ସମୀକ୍ଷା ପରେ ଆଜି ଏହା ସ୍ପଷ୍ଟ ହୋଇଛି ବୋଲି କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ଭୁବନେଶ୍ୱର ସର୍କଲ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି। କିନ୍ତୁ ଭିଡିଓରେ ମନ୍ଦିରର ସ୍ଥିତି ଦୁର୍ବଳ ଥିବା ଜଣାଯାଇଛି। ଏଥିପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ଲିଙ୍ଗରାଜ ମନ୍ଦିରରୁ ବର୍ଷା ପାଣି ଗଳିବା ଘଟଣାରେ ଗତ କିଛି ଦିନ ତଳେ ଦେବୋତ୍ତର ବିଭାଗ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏନେଇ ଦେବୋତ୍ତର କମିସନର ଚିତ୍ତରଞ୍ଜନ ପାଣିଗ୍ରାହୀ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖି ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏହାର ପରିସରରେ ଥିବା ବିଭିନ୍ନ ମନ୍ଦିରର ରକ୍ଷଣାବେକ୍ଷଣ ଓ ମରାମତି ଉପରେ ପଦେକ୍ଷପ ନେବାକୁ କହିଥିଲେ। ଏହି ଚିଠି ପାଇବା ପରେ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସ୍ଥିତି ଜାଣିବା ପାଇଁ ଗତକାଲି ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଲିଙ୍ଗରାଜ ମନ୍ଦିରର ଦଧିନଉତି ସମେତ ପୂରା ମନ୍ଦିରର ଭିଡିଓ ଉତ୍ତୋଳନ କରାଯାଇଥିଲା। ତେବେ ମନ୍ଦିରର ଦଧିନଉତିରେ ଫାଟ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା, ଭିଡିଓରେ ତାହା ଭୁଲ୍‌ ପ୍ରମାଣିତ ହୋଇଛି। କିନ୍ତୁ ମନ୍ଦିରର ସ୍ଥିତି ଯେ ଦୁର୍ବଳ ତାହା ଭିଡିଓରେ ଜଳଜଳ ହୋଇ ଦିଶୁଛି।

ସମ୍ବନ୍ଧିତ ଖବର